ସୁଖିଲା ପଡ଼ିଲାଣି ଚାଷ ଜମି : ଦାଉ ସାଧୁଛି ଜଳସେଚନ ବ୍ୟବସ୍ଥା

12

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – ଶ୍ରାବଣ ଶେଷ ହେବାକୁ ବସିଛି। କିନ୍ତୁ କୋକସରା ବ୍ଳକର ଅଣସେଚିତ ଅଞ୍ଚଳରେ ପାଣି ଅଭାବରୁ ଅଧା ଚାଷ ଜମି ପଡିଆ ପଡିଛି। ଅଧାରୁ ଅଧିକ ଜମିରେ ରୁଆ ବି ଆରମ୍ଭ ହୋଇନି, ଏପଟେ ମେଗା ଉଠାଜଳସେଚନ ପ୍ରକଳ୍ପ ଭରସାରେ ଥିବା ଚାଷୀଙ୍କ କ୍ଷେତରେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଅବସ୍ଥା ସମାନ। ଏ ଚିତ୍ର ହେଉଛି କୋକସରା ବ୍ଲକ ସର୍ଗିଗୁଡା ଗ୍ରାମର ଚାଷୀଙ୍କ କ୍ଷେତର। ପାଣି ଅଭାବ ଯୋଗୁଁ କେଉଁ ଚାଷୀଙ୍କ କ୍ଷେତରେ ତଲି ମରିବାକୁ ବସିଛି ତ’ ଆଉ କେଉ ଚାଷୀଙ୍କ ଜମିରେ ପାଣି ଅଭାବ ଯୋଗୁଁ ଜମି ଫାଟି ଆଁ କରିଛି। ଏମିତିରେ ମୌସୁମୀ ଉଭାନ ହୋଇଯାଇଥିବାବେଳେ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନର ଭରଷାରେ ରହିଥିବା ଏହି ଚାଷୀମାନେ ପାଣି ପଏଣ୍ଟ ଅଚଳ ଯୋଗୁଁ ଏବେ ଚାଷ ବଞ୍ଚାଇବା ଆଶା ଛାଡିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ପୁରୁଷୋତ୍ତମ ସିଂ ରାଜପୁତଙ୍କ ସହ ନାରାୟଣ ପ୍ରସାଦ ନାଏକ ଙ୍କ ରିପୋର୍ଟ୍ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More