ନବରଙ୍ଗପୁର (ସଂଘର୍ଷ ମିଡିଆ ): – – ଛତିଶଗଡ଼ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଶନିବାର ଡାବୁଗାଁ ଥାନା ଅଧୀନ ଛତିଶଗଡ ଓ ଓଡିଶା ସୀମାରେ ଯାନ ବାହାନ ଯାଞ୍ଚ କଡା କଡି କରାଯାଇଛି | ଡାବୁଗାଁ ଥାନା ସିଂସାରି ଫାଣ୍ଡି ପୋନାର ଓ ତୋରଙ୍ଗା ଠାରେ ଯାନ ବାହାନ ଯାଞ୍ଚ କରାଯାଇଛି | ଛତିଶଗଡରୁ ଓଡିଶାକୁ ଆସୁଥିବା ଓ ଓଡିଶାରୁ ଛତିଶଗଡ ଯାଉଥିବା ଯାନ ବାହାନର କଡାକଡି ଯାଞ୍ଚ କରାଯାଇଥିଲା | ସୂଚନା ମୁତାବକ ଚଳିତ ମାସ ୭ ତାରିଖରେ ଛତିଶଗଡର ବିଧାନସଭା ନିର୍ବାଚନ ରହିଛି | ଏଥିରେ ସିଂସାରୀ ଫାଣ୍ଡି ଅଧିକାରୀ ଶିଶିର କାନ୍ତ ଘୋଷ ଙ୍କ ସମେତ ପୋଲିସ କର୍ମଚାରୀ ମାନେ ଯାଞ୍ଚ ପ୍ରକ୍ରିୟାରେ ସାମିଲ ରହି ସହଯୋଗ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l