ସୀମାରେ ନକ୍ସଲ- ପୋଲିସ ଗୁଳି ବିନିମୟ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଓଡିଶା ଛତିଶଗଡ଼ ସୀମାରେ ନକ୍ସଲ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିବା ନେଇ ପ୍ରେସମିଟ ମାଧ୍ୟମରେ ନବରଙ୍ଗପୁର ଏସ୍ପିଙ୍କ ସୂଚନା। ଏନେଇ ନବରଙ୍ଗପୁର ପୋଲିସ ଆରଓରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି ଏସ. ଶୁଶ୍ରୀ । ଏସ୍ପିଙ୍କ ସୂଚନା ଅନୁଯାୟୀ ପୋଲିସ ଏସଓଜି ଓ ନକ୍ସଲ ଙ୍କ ମଧ୍ୟରେ ଗତକାଲି ସକାଳ ୯.୩୦ ସମୟରେ ଅଧଘଣ୍ଟା ଧରି ହୋଇଥିବା ଗୁଳିବିନିମୟରେ କୌଣସି ମାଓବାଦୀ ମୃତାହତ ହୋଇଥିବା ନେଇ ସୂଚନା ମିଳିନଥିବା ବେଳେ ବହୁ ପରିମାଣ ର ମାଓ ସାମଗ୍ରୀ ଜବତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏସ୍ପିଙ୍କ ସୂଚନା ଅନୁଯାୟୀ ଗତକାଲି ସକାଳୁ ହଠାତ ପୋଲିସ ଏସଓଜି ଟିମ ଓଡିଶା ଛତିଶଗଡ଼ ସୀମାନ୍ତ ଗୋରିଆବନ୍ଧ ଜିଲ୍ଲା ଶୋଭା ଠାରେ ପୋଲିସ ଓଏସଓଜିର ଦୁଇଟି ୟୁନିଟ କରି ଗୋଟିଏ ମାଓବାଦୀ ବିରୋଧୀ ଅପରେସନ ଆରମ୍ଭ ହୋଇଥିଲା । ଠିକ ଏହି ସମୟରେ ପ୍ରାୟ ୨୦ ରୁ ୨୫ ସଶସ୍ତ୍ର ମାଓବାଦୀଙ୍କ ସେହି ସ୍ୱତନ୍ତ୍ର ପୋଲିସ ଟିମ ସହିତ ସମ୍ମୁଖୀନ ହୋଇଥିଲା । ତେବେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ । ତେବେ ପ୍ରତି ଜବାବରେ ପୋଲିସ ମାନେ ମଧ୍ୟ ଆକ୍ରମଣ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା । ତେବେ ଘଞ୍ଚ ଜଙ୍ଗଲ ର ସହାୟତା ରେ ନକ୍ସଲ ମାନେ ଘଟଣାସ୍ଥଳରୁ ଖସି ଯିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ଠାରୁ ବିଭିନ୍ନ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ହାର୍ଡକୋର ମାଓବାଦୀ ମୁରଲୀ (ସିସିଏମ, କାର୍ତ୍ତିକ ( ଏସ୍ସିଏମ ), ଗୁଡୁ (ଏସ୍ସିଏମ),ଆକାଶ( ଏସ୍ସିଏମ ), ନନ୍ଦାଲ (ଏସ୍ସିଏମ) ପ୍ରମୁଖ ଫେରାର ହୋଇଯାଇଥିଲେ । ତେବେ ଉଦ୍ଧାର ସାମଗ୍ରୀ ରେ କିଛି ଆପତ୍ତି ଜନକ ସାମଗ୍ରୀ, ସହ ଗର୍ଭ ପରୀକ୍ଷା କୀଟ ଜବତ ହୋଇଛି । ଯେଉଁଥିରେ ସେମାନେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ କରୁଥିବା ସୂଚନା ଦେଇଛନ୍ତି ଏସ୍ପି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More