ଭୁବନେଶ୍ଵର (ସଂଘର୍ଷ ମିଡିଆ ) : କୋଭିଡ ମହାମାରୀର ଦ୍ବିତିୟ ଲହର ଚାଲିଥିବା ବେଳେ ସରକାରଙ୍କର ଲକଡାଉନ୍ ,ସଟଡାଉନ କଟକଣା ଚାଲିଛି । ଅନେକ ଲୋକ ନିଜର ବ୍ୟବସାୟ ହରାଇଲେଣି ଓ ଅନେକଙ୍କ ରୋଜଗାର ବାଧାପ୍ରାପ୍ତ ମଧ୍ୟ ହୋଇଛି । ବିଶେଷକରି ବସ୍ତିବାସିନ୍ଦା ମାନେ ମୁଖ୍ୟତଃ ଅଧିକ ପ୍ରଭାବିତ ହେଉଛନ୍ତି । ଏହାକୁ ନଜରରେ ରଖି ସାମାଜିକ ଅନୁଷ୍ଠାନ ସି.ଏସ.ଏନ.ଆର ଦ୍ଵାରା ଭୁବନେଶ୍ବର ସ୍ଥିତ ୧୧ଟି ବସ୍ତି ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ ଆରମ୍ଭ କରାଯାଇଛି । ଏହି କାର୍ଯକ୍ରମ ଜୁଲାଇ ୧ ତାରିଖରୁ ଲଗାତାରଭାବେ ଚାଲିଅଛି । ସିଏସଏନଆର କାର୍ଯରତ ଅଞ୍ଚଳ ଗୁଡିକ ଯଥା : ବନଫୁଲ , ମା ମଙ୍ଗଳା , ସରସ୍ବତୀ , ଶ୍ରୀକୃଷ୍ଣ ନଗର , ଶିଖରଚଣ୍ଡି ନଗର , ଧିରୂକୁଟି, ପଣ୍ଡାକୁଦିଆ , ନାକାଗେଟ ବସ୍ତି ଇତ୍ୟାଦି ଅନ୍ତର୍ଭୁକ୍ତ ଅଛନ୍ତି । କରୋନାରେ ଅତ୍ୟଧିକ ପ୍ରଭାବିତ ହୋଇଥିବା ପରିବାର , ଭିନ୍ନକ୍ଷମ ବ୍ୟକ୍ତି, ଅସହାୟ ଏବଂ ଶିଶୁ ମାନଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଛି । ସମୁଦାୟ ୪୦୦୦ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବିଭିନ୍ନ ବସ୍ତିର ଲିଡର ମାନଙ୍କ ସହଯୋଗକ୍ରମେ ସିଏସଏନଆର ଆନୁଷ୍ଠାନର କୋଡିନେଟର ସୁଜାତା ବଳବନ୍ତରାୟ , ପଲ୍ଲୀଶ୍ରୀ ଦାଶ ଏବଂ ଶୁଭ୍ରଜ୍ୟୋତିଙ୍କ ଦ୍ଵାରା ଖାଦ୍ୟ ପ୍ଯାକେଟ ମାନ ବିତରଣ କରାଯାଉଛି।