କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ଆଧୁନିକ ଯୁଗରେ ଆଧୁନିକ ନାଚ ଗୀତ ସହିତ ଚିରାଫଟା ପୋଷାକ ପ୍ରତି ଚାହିଦା ବଢୁଥିବା ବେଳେ ଆମ ପରମ୍ପରା, ଆମ କଳା, ଓ ଆମ ସଂସ୍କୃତି ପ୍ରତି ସଭ୍ୟ ସମାଜର ଅସଭ୍ୟ ଲୋକମାନେ ମୁହଁ ଫେରାଉ ଛନ୍ତି। ଆପଣ ମାନେ ଜାଣିଥିବେ ଓଡ଼ିଶାର ନୃତ୍ୟ ଓଡ଼ିଶୀ କିନ୍ତୁ ଗାଁ ଠୁ ସହର ପଯ୍ୟନ୍ତ କେତେ ପରିମାଣର ଲୋକମାନେ ଓଡ଼ିଶୀ ନୃତ୍ୟ ପ୍ରତି ଆଗ୍ରହ ଅଛି ଆପଣମାନେ ଜାଣିଥିବେ। ପ୍ରାୟତଃ ଘର ମାନଙ୍କରେ ନିଜ ନିଜର କୁନି କୁନି ପିଲାମାନଙ୍କୁ ବାପା ଓ ମାଆ ମାନେ କହିଥିନ୍ତି ଲୁଙ୍ଗୀ ଡାନ୍ସ ଭଳି ବିଭିନ୍ନ
ଆଧୁନିକ ଗୀତରେ ନାଚିବା ପାଇଁ। ବାହାଘର, ପୂଜା ପର୍ବରେ ବହୁତ ନାଚ ଗୀତର ଆଶର ଜମିଥାଏ ସେଠାରେ ଆମ ଓଡ଼ିଶାର ନୃତ୍ୟ ଓଡ଼ିଶୀ ନୃତ୍ୟ ଦେଖିବାକୁ ମିଳେ ନାହିଁ।
ଏଇ ଓଡ଼ିଶାରେ ଏମିତି ମଣିଷ ଅଛନ୍ତି ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ବହୁତ ଦୃବଳତା। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମର ଶିକ୍ଷକ ଚନ୍ଦନ ମହାନ୍ତି ମାଆ ସ୍ୱାଗତିକା ମହାନ୍ତିଙ୍କ ସୁକନ୍ୟା ପ୍ରତୀକ୍ଷା ମହାନ୍ତି। ସେ ତିନି ବର୍ଷ ବୟସରୁ ଗଡ଼ମେକର୍ ନିର୍ଦ୍ଦେଶକ ଗୀତିକବି ସୁଶାନ୍ତ କୁମାର ପାଣିଙ୍କ ପ୍ରେରଣା ତଥା ଖ୍ୟାତନାମା ନୃତ୍ୟଗୁରୁ ବିଜୟ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ଚମକାଇଲା ଭଳି ଓଡ଼ିଶୀ ନୃତ୍ୟ ପରିବେଷଣ କରି ଜିଲ୍ଲା ଓ ବିଭିନ୍ନ ରାଜ୍ୟରେ ନିଜର ଚମତ୍କାରୀ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକ ଓ ବିଚାରପତି ମାନଙ୍କୁ ଆଶ୍ଚର୍ଯ୍ୟକରେ। ନୃତ୍ୟ ମାଧ୍ୟମରେ ଚମକାଇବା ସହିତ ସମ୍ବୋର୍ଦ୍ଦିତ ହୋଇଥିବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ଏବେ ସିସିଆରଟି ଜାତୀୟ ନୃତ୍ୟବୃତ୍ତି ମଧ୍ୟ ହାସଲ କରିଛନ୍ତି ପ୍ରତୀକ୍ଷା ମହାନ୍ତି। ପ୍ରତୀକ୍ଷାଙ୍କ ପରିବାର କହିଲେ ତାଙ୍କ ବାପା,ମାଆ ଓ ଏକ କୁନି ଭାଇ, ପ୍ରତୀକ୍ଷା ମହାନ୍ତି ନିଜେ ନୃତ୍ୟ ସହିତ କେନ୍ଦ୍ରାପଡ଼ା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ତାଙ୍କ ବାପା ଜଣେ ବିଦ୍ୟାଳୟର ଶୃଙ୍ଖଳିତ ଶିକ୍ଷକ ହୋଇଥିଲେ ମଧ୍ୟ ଏଇ କେଇ ବର୍ଷ ହେବ ଡାଇବେଟିସ ଓ ହାଟ୍ ରୋଗରେ ପୀଡିତ। ଏ ଅବସ୍ଥାରେ ଝିଅ ଭାରତ ସରକାରଙ୍କ ପକ୍ଷରୁ ସିସିଆରଟି ଜାତୀୟ ଓଡ଼ିଶୀ ନୃତ୍ୟବୃତ୍ତି ପାଇବା କଥାଶୁଣି ପ୍ରତୀକ୍ଷା ଙ୍କ ବାପା ଖୁସିରେ ନାଚିଉଠନ୍ତି। କିନ୍ତୁ ପ୍ରତିକ୍ଷା ପ୍ରତିକ୍ରିୟାରେ କହିଛନ୍ତି ମୁଁ ଜଣେ ସଚ୍ଚୋଟ ଆଇନଜୀବୀ ହେବି ଅଞ୍ଚଳରେ ଘଟୁଥିବା ଦୃବଳ ଉପରେ ସବଳର ଅତ୍ୟାଚାର ହେଉଥିବା ବେଳେ ଅସହାୟ ଗରିବ ଲୋକଟି ପଇସା ଅଭାବରୁ କୋର୍ଟରେ କେସ ଚଳାଇବାପାଇଁ ଅସମର୍ଥ ହେଉଥିବା ବେଳେ ମୁଁ ସେମାନଙ୍କ କେସ ଲଢି ସେହି ନିରିହ ଲୋକମାନଙ୍କୁ ପ୍ରକୃତ ନ୍ୟାୟ ପାଇବାରେ ସହଯୋଗ କରିବି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)
Get real time updates directly on you device, subscribe now.
Prev Post
Next Post