ମାଲକାନଗିରି (ସଂଘର୍ଷ ମିଡିଆ ) : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ନିକଟସ୍ଥ ସିରିପେଟା ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ନୀତି ସମ୍ପନ୍ନ ହୋଇଯାଇଛି । ଆଜିର ଏହି ଦେବସ୍ନାନ ନୀତି ଅନୁଯାୟୀ ପ୍ରଥମେ ଗୋଟି ପହଣ୍ଡି ଜରିଆରେ ତିନି ଠାକୁରଙ୍କୁ ରତ୍ନବେଦୀରୁ ସ୍ନାନ ମଣ୍ଡପ ପର୍ୟ୍ଯନ୍ତ ନିଆଯାଇଥିଲା ଓ ସ୍ଥାନୀୟ ମହୀଳା ମାନେ ଗରା ଯୋଗେ ୨୧ ଗରା ପାଣି ଆଣିଥିଲେ । ଏହାପରେ ମୁଖ୍ୟ ପୂଜାରୀ ଶ୍ରୀ ବିଜୟ ପଣ୍ଡା, ବେଦ ଓ ମନ୍ତ୍ରଚାର ପାଠ କରିବା ସହ ତିନି ଠାକୁରଙ୍କୁ ସ୍ନାନ କରାଇଥିଲେ ଓ ଏହା ପରେ ତିନି ଠାକୁରଙ୍କୁ ହାତୀ ବେଶରେ ସଜ୍ଜିତ କରାଯାଇଥିଲା । ସିରିପେଟା ଦୟଣା କ୍ଷେତ୍ରର ସମସ୍ତ ପୂଜକ, ଗଜପତି ସାହେବ ବାରୀକ, ମନୋଜ କୁମାର ମିଶ୍ର, ବିଦେଶୀ ପ୍ରହରାଜ,ସ୍ଥାନୀୟ ସହଦେବ ଶିଷା, ଭଗବାନ ସାହୁ, ଜଗବନ୍ଧୁ ବାରୀକ,ସମନ୍ଧ ମାଢୀ, ସନାତନ ମାଢୀ, ଗୋପୀ ଭୂମୀଆ ଓ ହରି ମାଢୀ ପ୍ରମୁଖ ଉପସ୍ଥିତ ରହି ଦେବସ୍ନାନ ପୁର୍ଣ୍ଣୀମା କୁ ଦିବ୍ୟ ଓ ଭବ୍ୟତା ସହିତ ପାଳନ କରିଛନ୍ତି ।ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।