ସିଭିଲ ସର୍ଭିସ ପରୀକ୍ଷାରେ ସୋନପୁରର କାର୍ତ୍ତିକ ପାଣିଗ୍ରାହୀ ହେଲେ ଓଡ଼ିଶା ଟପ୍ପର

8

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : – ୟୂପିଏସସି ଦ୍ୱାରା ପରିଚାଳିତ ୨୦୨୧ ବର୍ଷର ସର୍ବ ଭାରତୀୟ ପ୍ରଶାସନିକ ସେବାର ପରୀକ୍ଷାଫଳ ଗତକାଲି ପ୍ରକାଶ ପାଇଛି। ଏଥିରେ ସୋନପୁରର କାର୍ତ୍ତିକ ପାଣିଗ୍ରାହୀ ଓଡିଶା ଟପ୍ପର ଭାବେ ସର୍ବ ଭାରତୀୟ ସ୍ତରରେ ୬୩ତମ ସ୍ଥାନରେ ରହି ସୋନପୁର ପାଇଁ ଗୌରବ ଆଣିଛନ୍ତି। ସେ ଦିଲ୍ଲୀ ୟୁନିଭର୍ସିଟିରେ ଇତିହାସବିଭାଗରେ ଏମ୍ ଫିଲ୍ କରୁଥିବା ବେଳେ ଏହା ତାଙ୍କର ତୃତୀୟ ଚାନ୍ସ ଥିଲାବୋଲି ଜଣାପଡିଛି। ସେ ସଫଳତା ର ସମସ୍ତ ଶ୍ରେୟ ତାଙ୍କର ପରିବାରକୁ ଦେଇଥିବା ବେଳେ ସେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଆଇଏଏସ୍ ଭାବରେ କୃତକାର୍ଯ୍ୟ ହୋଇଥିବା ଯୋଗୁଁ ଜିଲ୍ଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ ଶ୍ରୀମାନ ପାଣିଗ୍ରାହୀ ଦିଲ୍ଲୀ ଏୟାରପୋର୍ଟରେ ଏଜିଏମ୍ ଭାବରେ କାର୍ଯ୍ୟରତ ଶିବଶଙ୍କର ପାଣିଗ୍ରାହୀ ଓ ଗୀତା ପାଣିଗ୍ରାହୀଙ୍କ ବଡ଼ପୁଅ ହୋଇଥିବାବେଳେ ସୁବର୍ଣ୍ଣପୁର ଗଡ଼ଜାତର ବିଶିଷ୍ଟ ପଣ୍ଡିତ ସ୍ୱର୍ଗତ ଷଷ୍ଠୀ କୁମାର ପାଣିଗ୍ରାହୀ ଓ ବୃନ୍ଦାବତୀ ପାଣିଗ୍ରାହୀଙ୍କ ପୌତ୍ର ଅଟନ୍ତି। ସୁବର୍ଣ୍ଣପୁର ରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More