ସିଭିଲ ଡ଼ିଫେନ୍ସି କର୍ମଚାରୀଙ୍କ ଖାଦ୍ୟ ପାଉଣା ପାଇବା ପାଇଁ ଜିଲାପାଳଙ୍କ ନିକଟରେ ଫେରାଦ

25

Get real time updates directly on you device, subscribe now.

ଜଗତସିଂହପୁର (ସଂଘର୍ଷ ମିଡିଆ ) : ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ସିଭିଲଡିଫେନ୍ସ ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଦୀର୍ଘ 16ମାସ ହେବ ତାଙ୍କର ଖାଦ୍ୟ ବାବଦକୁ ପ୍ରାପ୍ୟ ପାଇନଥିବାରୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଭେଟି ନିଜର ଖାଦ୍ୟ ପ୍ରାପ୍ୟ ପାଇବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ।2020 ମସିହାରେ କରୋନା କଟକଣା ଲାଗୁ ହେବାଦୀନଠାରୁ 2021 ଜୁଲାଇ ମାସ ପର୍ଯ୍ୟନ୍ତ ସିଭିଲଡିଫେନ୍ସ ର ତାଲିମ ପ୍ରାପ୍ତ କର୍ମଚାରୀ ମାନେ ଶୀତ, ବର୍ଷା,ଖରାରେ ନିଜ ପେଟ କୁ ମାରି ତଥା ନିଜ ପରିବାରକୁ ନଦେଖି କାର୍ଯ୍ୟ କରିଚାଲିଛନ୍ତି।ପ୍ରତ୍ୟକ ଦିନ କାର୍ଯ୍ୟକରୁଥିବା ଏହି କର୍ମଚାରୀ ମାନଙ୍କୁ ତାଙ୍କର ଖାଦ୍ୟ ବାବଦକୁ ପ୍ରାପ୍ୟ ମିଳୁନାହିଁ।ସରକାର ମହାମାରୀ କରୋନା ସମୟରେ ବିଭିନ୍ନ ବର୍ଗର ଲୋକମାନଙ୍କୁ ସହାୟତା କରୁଥିବା ବେଳେ କରୋନା ସମୟରେ ନିଷ୍ଠାର ସହିତ କାର୍ଯ୍ୟ କରୁଥିବା ଏଭଳି କର୍ମଚାରୀ ମାନଙ୍କୁ ଅଣଦେଖା କରାଯାଉଥିବା ନେଇ କର୍ମଚାରୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଦୁଇ ବର୍ଷ ହେବ ମାଗଣାରେ ଖଟି ସେମାନେ ଏବେ ନିରାଶ ହୋଇପଡିଛନ୍ତି।ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହିତ ଆକୁଳ ନିବେଦନ କରିଛନ୍ତି।ଜଗତସିଂହପୁର ଜିଲ୍ଲାର ବାଲିକୁଦା,ନାଉଗାଁ ଓ ଜଗତସିଂହପୁର ବ୍ଲକର ବିଭନ୍ନ ସ୍ଥାନରେ 35 ଜଣ ସିଭିଲଡିଫନ୍ସ କର୍ମଚାରୀ ଦୀର୍ଘ ଦୁଇବର୍ଷ ହେବ କାର୍ଯ୍ୟ କରିଆସୁଛନ୍ତି।ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦନ କରିବାକୁ ସରକାରଙ୍କୁ ନିବେଦନ କରାଯାଇଛି।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More