ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ସଦର ମହକୁମା ଦେଇ ଯାଇଥିବା ମୁଖ୍ୟ ମାଛଗାଁ କେନାଲ ରୁ ସିପି ଓ ବାଘସାହି ଦେଇ ଯାଇଥିବା ଶାଖା କରନାଳ କେନାଲ ସଫେଇ ନିମ୍ନ ମାନର ହୋଇଥିବା ନେଇ ସ୍ଥାନୀୟ ଚାଷୀ ମାନେ ଅଭିଯୋଗ କରିଛନ୍ତି। କରନାଳଟି ସଠିକ ଭାବେ ସଫେଇ ନ ହୋଇ ଉପରଠାଉରିଆ ଦାଆ ସାହାଯ୍ୟ ରେ ଘାସ କାଟି ଆଜିକୁ ଚାରିଦିନ ହେବ ରାସ୍ତା କଡରେ ପଡି ଦୁର୍ଗନ୍ଧ ମୟ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି।ଯାହାକି ମସାମାଛିଙ୍କ ପାଦରୁଭାଵ ଯୋଗୁଁ ଡେଙ୍ଗୁ ଭଳି ମହାମାରୀ ବ୍ୟାପିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।ଏ ସମ୍ପର୍କରେ ଜିଲା ଜଳସେଚନ ବିଭାଗ ଯନ୍ତ୍ରୀଙ୍କୁ ପଚାରିବାରେ ସେ କୁହନ୍ତି ଏଷ୍ଟି ମେଟ କମ ଅଛି ତେଣୁ କଣ କାମ ହେଉଛି ତଦନ୍ତ କରାଯିବ । ତେଣୁ ସ୍ଥାନୀୟ ଜନ ସାଧାରଣରେ କୁହନ୍ତି ଶାସକ ଦଳର ଜଣେ କୁଜିନେତା କାମ କରୁଛନ୍ତି।ସେ କୁଜିନେତା ଜଣଙ୍କ ଚାଷୀଙ୍କ ଜମିକୁ ପାଣି ଯାଉ ନଯାଉ ଆମର ପକେଟ ଗରମ ହେବାର ଅଛି ବୋଲି ପାନ ଦୋକାନ ଠୁ ଆରମ୍ଭ କରି ଚା ଦୋକାନରେ ଗପୁଥିବାର ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତେବେଏହି କୁଜିନେତା ଜଣକ ବିଭିନ୍ନ କୋଭିଡ ଟୀକାକରଣ ଟୋକନକୁ ଜାଲିଆତି କରୁଥିବା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ସହ ପୂର୍ବରୁ ଚଂଚକତା କରି ମହିଳା ସମିତି ନାମରେ ପୋୖର ପରିଷଦ ମଧ୍ୟ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା।ତେବେ ଏଭଳି କୁଜିନେତାକୁ ଶାସକ ଦଳରେ କିଭଳି ଭାବେ ସାମିଲ କରାଯାଉଛି ବୋଲି ଜନସାଧରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ଏହାର ତଦନ୍ତ କରି ବିଲ ବନ୍ଦ କରିବାକୁ ଚାଷୀ ମାନେ ଦାବି କରିଛନ୍ତି। ଏପରିକି ଚାଷୀମାନେ ତୁରନ୍ତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଲାଇସେନ୍ସ ପ୍ରାପ୍ତ ଠିକାଦାରଙ୍କ ଦ୍ଵାରା ସଠିକ ଭାବେ କରାଯାଉ ନଚେତ ଆମେ 21ନମ୍ବର ୱାର୍ଡ ଓ ସିପି ଗ୍ରାମର ଚାଷୀମାନେ ଜିଲା ଜଳସେଚନ କାର୍ଯ୍ୟାଳୟକୁ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।