ସିନଜେଣ୍ଟା ଇଣ୍ଡିଆ ଲିମିଟେଡ ପକ୍ଷରୁ ଭଦ୍ରକ ମେଡିକାଲୁ ୫୦ଟି ହାଇଡୋଲିକ୍ ବେଡ ପ୍ରଦାନ

33

Get real time updates directly on you device, subscribe now.

ନ୍ହାଦ୍ରକ(ସଂଘର୍ଷ ମିଡିଆ ) ; .ଭଦ୍ରକ ଜିଲ୍ଲାରେ ଥିବା ମୁଖ୍ୟ ଚିକିତ୍ସାଳକୁ ୫୦ ଗୋଟି ଉନ୍ନତମାନର ହାଇଡୋଲିକ୍ ବେଡ ପ୍ରଦାନ କରିଛି ଆନ୍ତଜାତୀୟ କୃଷି ଭିତ୍ତିକ କମ୍ପାନୀ ସିନଜେଣ୍ଟା ଇଣ୍ଡିଆ ଲିମିଟଡେ | କରୋନା ସଂକ୍ରମିତକୁ ଦୃଷ୍ଟିରେ ରଖି ରୋଗୀଙ୍କ ସୁବିଧା ପାଇଁ ତଥା ମାନବ ଜାତିର ସୁରକ୍ଷା ପାଇଁ ଆଜି ଜିଲ୍ଲା ସ୍ବାସ୍ଥଧିକାରୀଙ୍କ ଉପସ୍ଥିତିରେ ଏହି ସମସ୍ତ ବେଡ଼ ପ୍ରଦାନ କରାଯାଇଛି | ଏଥିସହ ୫୦ ଟି ପିଲୋ ଓ ୫୦ଟି ବେଡ଼ସିଟ ମଧ୍ୟ ପ୍ରଦାନ କରିଛି କମ୍ପାନୀ | ତେବେ କୃଷି କ୍ଷେତ୍ରରେ କୃଷକଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷା ଦେବା ଭିତରେ ମାନବ ଜୀବନର ମୂଲ୍ୟବୋଧକୁ ଗୁରୁତ୍ବ ଦେଇ ଦେଶର ବିଭିନ୍ନ ରାଜ୍ୟରେ ରୋଗୀମାନଙ୍କ ସୁବିଧା ପାଇଁ ସହଯୋଗର ହାତ ବଢାଇଛି ସିନଜେଣ୍ଟା ଇଣ୍ଡିଆ କମ୍ପାନୀ | ତେବେ ଓଡ଼ିଶାରେ ପ୍ରଥମ ପ୍ରର୍ଯ୍ୟାୟରେ ବାଲେଶ୍ବର,ଭଦ୍ରକ ବରଗଡ଼ ଓ ଭବାନୀପାଟନ ମେଡିକାଲକୁ ଏହି ବେଡ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଉଛି | ତେବେ ତାଙ୍କର ଏହି କାର୍ଯ୍ୟକ୍ରମ ଆଗାମୀ ଦିନକରେ ମଧ୍ୟ ଜାରିରହିବ ବୋଲି ଇଣ୍ଡିଆନ ଲିମିଟେଡ଼ ପରିବାର ପକ୍ଷରୁ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More