ସିଦ୍ଧ ବାରଙ୍ଗ କଲେଜରେ ଛାତ୍ରଛାତ୍ରୀଙ୍କ ଧାରଣା, ଘଟଣା ସ୍ଥଳରେ ୪ ଛାତ୍ରୀ ଅସୁସ୍ଥ

28

Get real time updates directly on you device, subscribe now.

ଜଗତସିଂହପୁର (ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ପୁନଙ୍ଗ ସ୍ଥିତ ସିଦ୍ଧ ବାରଙ୍ଗ କଲେଜ୍ କ୍ଲାସ ରୁମରେ ବିଦ୍ୟୁତ ସମସ୍ୟା ନେଇ ଛାତ୍ର ଛାତ୍ରୀ ମାନେ କଲେଜ୍ ଅଧକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେବେ କଲେଜର ଛାତ୍ରଛାତ୍ରୀ ମାନେ କଲେଜ୍ ଅଧକ୍ଷଙ୍କ ମନମୁଖୀ ଶାସନ ନେଇ ବିକ୍ଷୋଭ କରିଥିଲେ । କ୍ଲାସ ରୁମରେ ଫ୍ୟାନ ନଥିବାରୁ ଅସହ୍ୟ ଗରମକୁ ସହ୍ୟ କରି ନପାରି ଛାତ୍ର ଛାତ୍ରୀ ମାନେ ସତ୍ୟବ୍ରତ ସ୍ବାଇଁ, ପର୍ଶୁରାମ ସ୍ବାଇଁ, ଅଜୟ କୁମାର ରାଉତ, ସଞ୍ଜୟ ମହାରଣା, ଜ୍ୟୋତିରଞ୍ଜନ ମହାରଣା, ରାକେଶ କୁମାର ସ୍ବାଇଁ, ଅମିତ ରାଉତ, ରାଜଶ୍ରୀ ସେଠୀ, ଶୁଭଲକ୍ଷ୍ମୀ ସେଠୀ,ଅଙ୍କିତା ସ୍ବାଇଁ, ସୁଚିସ୍ମିତା ଦାସ, ସ୍ମୃତିରେଖା ଦାସ ପ୍ରମୁଖ ଦାବୀ ନେଇ କଲେଜ୍ ଗେଟର ମୁଖ୍ୟ ଫାଟକ ସମ୍ମୁଖରେ ବିଖୋଭ କରି ଥିଲେ। ତେବେ କଲେଜ୍ ଅଧକ୍ଷ ଛାତ୍ର ଛାତ୍ରୀ ମାନଙ୍କ ଦାବୀକୁ ଗୁରୁତ୍ୱ ନଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଟିସି ନେଇ କଲେଜ୍ ଛାଡ଼ି ଯିବା ପାଇଁ ଧମକ ଦେଇଥିଲେ। ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ବହୁ ସମୟ ଧରି ମୁଖ୍ୟ ଫାଟକରେ ଧାରଣା ଦେଇଥିବା ବେଳେ ଅସହ୍ୟ ଗରମ ଗୁଳୁଗୁଳି ଯୋଗୁ 4 ଜଣ ଛାତ୍ରୀ ଗରମକୁ ସହ୍ୟ ନକରିପାରି ଚେତାସୁନ୍ୟ ହୋଇପଡ଼ିଥିଲେ। ଘଟଣା ସ୍ଥଳରେ ଜଗତସିଂହପୁର ସଦର ପୋଲିସ ପହଞ୍ଚି 108 ଆମ୍ବୁଲାନ୍ସ ଯୋଗେ ଚାରି ଛାତ୍ରୀଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ପିଲା ମାନଙ୍କୁ ବୁଝା ସୁଝା କରିଥିବା ବେଳେ ଚାତ୍ର ଛାତ୍ରୀ ମାନେ ଧାରଣାରୁ ଓହରି ଯାଇଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More