ସିଆର୍‌ପିସି-୧୧୦ର ନିୟମ ଉଲ୍ଲଙ୍ଘନ, ୫ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ୨ରୁ ୩ବର୍ଷ ଯାଏଁ ଜେଲ୍‌ରେ ରହିବାକୁ ନିର୍ଦ୍ଦେଶ

20

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ସିଆର୍‌ପିସି-୧୧୦ର ନିୟମ ଉଲ୍ଲଙ୍ଘନ କରିଥିବା ୫ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ୨ରୁ ୩ବର୍ଷ ଯାଏଁ ଜେଲ୍‌ରେ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ସେମାନେ ହେଲେ ମାର୍କଣ୍ଡେଶ୍ୱର ସାହିର ଜୁଏଲ ଓରଫ ସଞ୍ଜୟ କୁମାର ଦାସ, ଟାଉନ ଥାନା ଅଧିନ ମାଟିମଣ୍ଡପ ସାହିର ମହାବୀର ପ୍ରଧାନ, ସମୁଦ୍ରକୂଳ ଥାନା ଅଧିନ ବାଙ୍କିମୁହାଣର ପ୍ରତାପ ପଟ୍ଟନାୟକ, ବଳିଆପଣ୍ଡା ଥାନା ଗୌଡବାଡ ସାହିର ରାଜା ଓରଫ ରାଜେନ୍ଦ୍ର ନାୟକ, ଟାଉନ ଥାନା ଗୁଡିଆସାହିର କିଶନ ଓରଫ କେଶବ ପୃଷ୍ଟି । ଏମାନଙ୍କ ମଧ୍ୟରୁ କିଶନ ୨୦୨୬ ଜାନୁଆରୀ ଯାଏଁ ଜେଲ୍ ରହିବାକୁ ନିର୍ଦ୍ଦେଶ ହୋଇଥିବାବେଳେ ୨୦୨୫ ଯାଏଁ ଅନ୍ୟ ୪ଜଣ ରହିବେ । ଗତ ଏକବର୍ଷ ମଧ୍ୟରେ ୨୬୩ଜଣ ଅଭ୍ୟାସଗତ ଅପରାଧୀ ସିଆର୍‌ପିସି-୧୧୦ରେ ବୁକ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୫ଜଣ ସିଆର୍‌ପିସି-୧୧୦ର ସର୍ତ୍ତାବଳୀ ମାନିବା ପାଇଁ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି । ସେହିପରି ୧୫୮ଜଣଙ୍କ ମାମଲା ବିଚାରଧୀନ ରହିଛି । ଏହାସହ ୩୪ଜଣଙ୍କ ବିରୋଧରେ ଆରେଷ୍ଟ୍ ୱାରେଣ୍ଟ୍ ଜାରି ହୋଇଛି । ଏହି ୩୪ଜଣଙ୍କ ମଧ୍ୟରୁ ୧୧ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଏଥିରୁ ୧୮ଜଣ ଅପରାଧୀ ସିଆର୍‌ପିସି-୧୧୦ର ସର୍ତ୍ତାବଳୀ ଉଲ୍ଲଙ୍ଘନ କରିଛନ୍ତି । ଏମାନଙ୍କ ମଧ୍ୟରୁ ୫ଜଣଙ୍କୁ ୨ରୁ ୩ବର୍ଷ ଯାଏଁ ଜେଲ୍‌ରେ ରଖିବାକୁ ଆଜି ନିର୍ଦ୍ଦେଶ ଜାରି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More