ନାଉଗାଁ(ସଂଘର୍ଷ ମିଡିଆ ) : – ଭାରତର ଟ୍ରେଡ୍ ୟୁନିୟନ୍ କେନ୍ଦ୍ର ଓଡିଶା କୃଷକ ସଭା ଏବଂ ଓଡିଶା କ୍ଷେତମଜଦୁର ୟୁନିୟନ୍ ର ମିଳିତ ସହଯୋଗରେ ବିଭିନ୍ନ ପ୍ରକାର ଦାବି ନେଇ ଆଜି ନାଉଗାଁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ପ୍ରତିଦିନ କୃଷକ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର ,ସମସ୍ତ ପ୍ରକାର ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା,ମନେରଗାରେ ବର୍ଷକୁ ୨୦୦ ଦିନ କାମ ଓ ଦୈନିକ ମଜୁରୀ ଛଅଶହ ଟଙ୍କା ପ୍ରମୁଖ ୧୬ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବିଭିନ୍ନ ପ୍ରକାର ନାରାବାଜି କରାଯାଇଥିଲା । କରୋନା ମହାମାରୀ ସମୟରେ ଶ୍ରମିକ, କୃଷକ, ମୂଲିଆ ଶ୍ରେଣୀର ଲୋକମାନେ ସେମାନଙ୍କର ଜିବିକା ହରାଇଛନ୍ତି। ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ସେମାନଙ୍କୁ ୭.୫୦୦ ଟଙ୍କା ଲେଖାଏଁ ୬ ମାସ ପର୍ଯ୍ୟନ୍ତ ଦେବା ସହିତ ୧୦ କେଜି ଚାଉଳ ମୁଣ୍ଡ ପିଛା ଦେବା ପାଇଁ CITU ର ରାଜ୍ଯ ସମ୍ପାଦକ ଦାବି କରିବା ସହିତ। ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ବିଡିଓ ଙ୍କ ଜରିଆରେ ୧୬ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ନାଉଗାଁ ରୁ ତାପସ କୁମାର ଦାସଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍