ସିଆଇଟିୟୁର ୧୮ ଦଫା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

34

Get real time updates directly on you device, subscribe now.

ଜଗତସିଂହପୁର (ସଂଘର୍ଷ ମିଡିଆ ) : -ସିଆଇଟିୟୁର କେନ୍ଦ୍ରୀୟ କମିଟି ଡାକରା ରେ ଆଜି ବିଭିନ୍ନ ଜିଲାରେ ଶ୍ରମିକ ମାନଙ୍କର ବହୁବିଧ ସମସ୍ୟା ଉପରେ ବିକ୍ଷୋଭ ହେଉଥିବା ବେଳେ ଜଗତସିଂହପୁର ସିଆଇଟିୟୁର ପକ୍ଷରୁ 18ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା।ସିଆଇଟିୟୁର ରାଜ୍ୟ ସମ୍ପାଦକ ଲୋଭକାନ୍ତ ସ୍ବାଇଁଙ୍କ ନେତୃତ୍ୱରେ ଚାଷୀ ମୂଲିଆ,ଜନସାଧାରଣ ଓ ନିର୍ମାଣ ଶ୍ରମିକମାନେ ପ୍ରତିବାଦ କରିଥିଲେ।ଏହି ଅବସରରେ ଏକ 18ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।ଦାବି ଗୁଡିକ ମଧ୍ୟରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସମସ୍ତଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଉ, କରୋନା ଚିକିତ୍ସା ପାଇଁ ରୋଗୀ ମାନଙ୍କୁ ସରକାରୀ ଓ ବେସରକାରୀ ଡାକ୍ତର ଖାନା ରେ ମାଗଣାରେ ଚିକିତ୍ସା କରାଯାଉ, ଜନ ବିରୋଧୀ କର୍ପୋରେଟ ସପକ୍ଷ ବାଦୀ ଟୀକା ନୀତି ବାତିଲ କରାଯାଉ,ଶ୍ରମିକ ବିରୋଧୀ ଶ୍ରମ କୋର୍ଡ଼ ବାତିଲ କରିବା ସହିତ କଳା କୃଷି ଆଇନ 2020 ବାତିଲ କରାଯାଉ।ପେଟ୍ରୋଲ ଡିଜେଲ ଓ ଇନ୍ଧନ ଗ୍ୟାସ ର ମୂଲ୍ୟ ବୃଦ୍ଧି ବନ୍ଦ କର,ନିର୍ମାଣ ଶ୍ରମିକମାନଙ୍କୁ ଘୋଷିତ ପନ୍ଦର ଶହ ଟଙ୍କା ଜିଲା ଶ୍ରମ ଦପ୍ତର ମାଧ୍ୟମରେ ପ୍ରଦାନ କରାଯାଉ।ସମସ୍ତ ଶ୍ରମିକଙ୍କୁ ମାସକୁ 7ହଜାର 5ଶହ ଟଙ୍କା ଛ ମାସ ପାଈଁ ଦିଆଯାଉ, ସବୁ ଲୋକଙ୍କୁ ମୁଣ୍ଡପିଛା 10କେଜି ଚାଉଳ 6ମାସ ପାଈଁ ଦିଆଯାଉ ପ୍ରମୂଖ 18ଦାବି ପ୍ରଦାନ କରିଥିଲେ।ଏହି ପ୍ରତିବାଦ ସଭାରେ ନିର୍ମାଣ ଶ୍ରମିକ ଜିଲାଉପସଭାପତି ବିନ୍ଦୁ ସାଗର ଓଝା, ସହ ସମ୍ପାଦକ ପ୍ରଫୁଲ୍ଲ ନାୟକ,କୃଷ୍ଣଚନ୍ଦ୍ର ବସ୍ତିଆ,ଅନନ୍ତ ଦାସ,ଶରତ ବେହେରା, ସୁବାସ ମହାରଣା, ଧନେଶ୍ୱର ରାଉତ,ରବୀନ୍ଦ୍ର ସ୍ୱାଇଁ, ସୁକଦେଵ ଦାସ ,କୋଷାଧ୍ୟକ୍ଷ ବେଣୁଧର ବାରିକପ୍ରମୁଖ ସାମିଲ ହୋଇଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More