ଭଦ୍ରକ(ସଂଘର୍ଷ ମିଡିଆ) : ସପ୍ତମାତୃକା ବେଶର ଚତୁର୍ଥ ଦିବସରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଦୁର୍ଗତିନାଶିନୀ, ବିପଦହାରିଣୀ ମା’ ଦୁର୍ଗା ରୂପେ ସିଂହବାହିନୀ ବେଶରେ ପୁଜପାଇଛନ୍ତି। ମା’ଙ୍କ ଏହି ସିଂହବାହିନୀ ବେଶକୁ ଦର୍ଶନ କରିବା ପାଇଁ ପୀଠରେ ଭକ୍ତମାନଙ୍କ ଭିଡ ଲାଗି ରହିଥିଲା। ସିଂହବାହିନୀ ବେଶରେ ମା’ ନାଲି ପାଟ ବସ୍ତ୍ର ପରିଧାନ କରି ସ୍ଵର୍ଣ୍ଣ ରୂପା ଅଳଙ୍କାର ସହିତ ବିଭିନ୍ନ ଆଭୂଷଣରେ ସଜ୍ଜିତ ହୋଇଥିଲେ। ସିଂହର ପୃଷ୍ଠ ଦେଶରେ ବିରାଜମାନ କରି ତ୍ରିଶୂଳ, ଗଦା, ଖଡଗ ଓ ଚକ୍ର ଧାରଣ କରିଥିଲେ। ମା’ଙ୍କ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଆକୃଷ୍ଟ କରିଥିଲା। ସିଂହବାହିନୀ ବେଶରେ ଦର୍ଶନ କଲେ ଭକ୍ତର ଗ୍ରହ ଦଶା ଓ ରିଷ୍ଟ ଖଣ୍ଡନ ହେବା ସହିତ ଭକ୍ତ ବିପଦ ମୁକ୍ତ ହୁଏ ବୋଲି ବିଶ୍ୱାସ କରାଯାଏ।
Get real time updates directly on you device, subscribe now.
Prev Post
ବାଳାଶ୍ରମରେ ରହୁଥିଵା ଶିଶୁ ମାନଙ୍କୁ ପାରଳାଖେମୁଣ୍ଡିର ଜଣେ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଡ୍ରେସ୍ ଏବଂ ଖାଦ୍ୟ ବଣ୍ଟନ
Next Post