ସାହିତ୍ୟ ଘର ପକ୍ଷରୁ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ

14

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ସିମିଳିପଦରଠାରେ କଣ୍ଟାମାଲ ସାହିତ୍ୟ ଘର ପକ୍ଷରୁ ଏକ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଘର ସଭାପତି ହରିହର ପ୍ରାଧନଙ୍କ ସଭାପତିତ୍ଵ ଅନୁଷ୍ଠିତ ଆଲୋଚନାଚକ୍ରରେ ଆଲୋଚକ ଭାବରେ କବି ଅଦ୍ୱେତ କୁମାର ପଣ୍ଡା ଓ ଶିକ୍ଷାବିତ ଶ୍ରୀଧର ବାଗ ଯୋଗ ସାମ୍ପ୍ରତିକ ସମାଜ ଗଠନରେ ସାହିତ୍ୟର ଭୂମିକା ଉପରେ ଆଲୋଚନା ହୋଇଥିଲା।ପରେଅଧ୍ୟାପକ ଦେବଦାସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ କବି ଦିଲ୍ଲୀପ ମହାନ୍ତି ଓ ରଞ୍ଜୁ ଅମାତ କବିତାସଂଯୋଜନା କରିଥିଲେ । ଏଥିରେ କବି ଲକ୍ଷଣ ମହାପତ୍ର, ଭାର୍ଜନ ପ୍ରଧାନ, ଈଶ୍ୱର ସାହୁ, ଜଗନ୍ନାଥ ମହାପତ୍ର, ପ୍ରଭାତ ଖମାରୀ,ଗୋପାଳ ପ୍ରଧାନ, ରାଜକିଶୋର ସାହୁ,ଲିଙ୍ଗରାଜ ଛାତ୍ରୀଆ ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ।ସାହିତ୍ୟ ଘରର ସଂପାଦକ ଲକ୍ଷଣ ମହାପାତ୍ର ସଭା ପରିଚାଳନା କରିଥିଲେ । ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More