ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ସତସଙ୍ଗ ଅନୁଷ୍ଠିତ

18

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ସାହିତ୍ୟିକ କବି ବନ୍ଧୁ ପରିବାରର,ବାଲେଶ୍ଵର, ଓଡିଶା ତରଫରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ତା ୧୦.୧୧.୨୨ ରିଖ ଗୁରୁବାର ସନ୍ଧ୍ୟା ୭.୦୦ ଘଟିକା ସମୟରେ ବାଲେଶ୍ବର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଏବଂ ବିଶ୍ବେଶ୍ବର ମାଝୀଙ୍କ ପୌରୋହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଶ୍ବେଶ୍ବର ମାଝୀ ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ସଂଗଠନ ସହ ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟି ଅତିଥି ପରିଚୟ ସହ ବିଗତ ନଅଟି ଅଧ୍ୟାୟ ଉପରେ ସମ୍ୟକ ଆଲୋଚନା ରଖିଥିଲେ । ପବିତ୍ର ଗୀତାମୃତ କାର୍ଯ୍ୟକ୍ରମରେ ପ୍ରଣତି ମହାପାତ୍ର, ପ୍ରଶାନ୍ତ କୁମାର ରାଉଳ, ଗୀତାଞ୍ଜଳି ପୃଷ୍ଟି, ବନଲକ୍ଷ୍ମୀ ମହାନ୍ତି, ଶ୍ରୀମତୀ ବିନୋଦିନୀ ଦାଶ ଇତ୍ୟାଦି ୫ଜଣ ସତସଙ୍ଗୀ ଭାଇଭଉଣୀ ବିଭୁତି ଯୋଗଃର ୧୦ଟି ଶ୍ଲୋକ ପାଠ କରିଥିଲେ । ଦଶମ ଅଧ୍ୟାୟ ବିଭୁତି ଯୋଗଃ ର ଏକୋଇଶତମ ଶ୍ଲୋକରୁ ତିରିଶତମ ଶ୍ଲୋକ ପର୍ଯ୍ୟନ୍ତ ଖୁବ ସୁନ୍ଦର ତାତ୍ତ୍ବିକ ଆଲୋଚନା କରିଥିଲେ ପଣ୍ଡିତ ମହୋଦୟ । ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ ସେ ଆଦିତ୍ୟ ଗଣରେ ବିଷ୍ଣୁ, ଜ୍ୟୋତିଷ୍କ ମାନଙ୍କ ମଧ୍ୟରେ ସୂର୍ଯ୍ୟ, ମରୁତଗଣରେ ମରୀଚି,ନକ୍ଷତ୍ର ଗଣରେ ଚନ୍ଦ୍ର, ବେଦ ମଧ୍ୟରେ ସାମ,ଦେବଙ୍କ ମଧ୍ୟରେ ଇନ୍ଦ୍ର, ଇନ୍ଦ୍ରିୟ ମଧ୍ୟରେ ମନ ଓ ପ୍ରାଣୀ ମାନଙ୍କର ଚେତନା ବା ଜ୍ଞାନ ଶକ୍ତି ଅଟନ୍ତି । ଯାହା ପଣ୍ଡିତ ମହୋଦୟ ଗଳ୍ପ ଛଳରେ ଅତି ସୁନ୍ଦର ଭାବରେ ବୁଝାଇ ଥିଲେ । ଗୀତା, ଭାଗବତ ସିଦ୍ଧାନ୍ତ, ରାମାୟଣ, ବେଦ ଉପନିଷଦର ଦୃଷ୍ଟାନ୍ତ ସହ ମହାପୁରୁଷଙ୍କ ସମର୍ଥନ ଭଳି ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା ମହାଭାଗ । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୨ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶ୍ରୀମତୀ ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶ୍ରୀଯୁକ୍ତ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More