ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ରାଜଗ୍ୟୁହ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

14

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ସାହିତ୍ୟିକ କବି ବନ୍ଧୁ ପରିବାରର, ଓଡିଶା ତରଫରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ଗତକାଲି ଗୁରୁବାର ସନ୍ଧ୍ୟା ୭.୦୦ ଘଟିକା ସମୟରେ ବାଲେଶ୍ବର ଜିଲ୍ଲା ର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ , ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟିଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅଧ୍ୟାପିକା ଡ଼.ପ୍ରିୟମ୍ବଦା ସାମଲ ଓମକାର ନାଦଧ୍ବନି ସହ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ର ଅତିଥି ପରିଚୟ ସହ ବିଗତ ନଅଟି ଅଧ୍ୟାୟ ଉପରେ ସମ୍ୟକ ଆଲୋଚନା ରଖିଥିଲେ ।ପବିତ୍ର ଗୀତାମୃତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ବିଶ୍ବେଶ୍ବର ମାଝୀ, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ, ଶ୍ରୀମତୀ ସ୍ନେହ ମିଶ୍ର, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ରାଉଳ, ଶ୍ରୀମତୀ ବିନୋଦିନୀ ଦାଶ,ଶ୍ରୀଯୁକ୍ତ ହେମନ୍ତ କୁମାର ସାହୁ, ଶ୍ରୀମତୀ ବନଲକ୍ଷ୍ମୀ ମହାନ୍ତି ଇତ୍ୟାଦି ସାତଜଣ ସତସଙ୍ଗୀ ଭାଇଭଉଣୀ୧୪ଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା ବିଭିନ୍ନ ଗଳ୍ପ ଓ ଉଦାହରଣ ମାଧ୍ୟମରେ କରିଥିଲେ। ଆମେରିକାରୁ ବୈଜ୍ଞାନିକ ଡ଼କ୍ଟର ଚନ୍ଦ୍ରା ମିଶ୍ର ,ତେଲେଙ୍ଗାନାରୁ ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର, ବାଲେଶ୍ବରରୁ ଶ୍ରୀମତୀ ଗୀତା ରାଣୀ ପୁରୀ, ବିଜୟ କୁମାର ମଲ୍ଲିକ,ମୁମ୍ବାଇର ଅଧ୍ୟାପିକା ଶ୍ରୀମତୀ ସ୍ନେହ ମିଶ୍ର ଶ୍ରୀମଦ୍ ଭଗବଦ୍ ଗୀତା ଉପରେ ବକ୍ତବ୍ୟ ରଖିଥିଲେ । ଶ୍ରୀଯୁକ୍ତ ଅନାଦି ଚରଣ ମାହାଳି,ସଂଯୁକ୍ତା ରାଉତ ଏବଂ ପଣ୍ଡିତ ଭାବଗ୍ରାହୀ ମିଶ୍ର ମହୋଦୟ ନବମ ଅଧ୍ୟାୟରେ ଥିବା ରାଜବିଦ୍ୟା ରାଜଗ୍ୟୁହ ଯୋଗର ସମର୍ପଣ, ନିବେଦନ ତଥା ପ୍ରଭୁଙ୍କର ଅନ୍ତରଙ୍ଗ ଭକ୍ତ ହେବାର ବିଭିନ୍ନ କଥା ସ୍ପଷ୍ଟ ଭାବରେ ଆଲୋଚନା କରିଥିଲେ । ରାମାୟଣ, ବେଦ ଉପନିଷଦ, ମହାଭାରତ ଭଳି ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଶ୍ରୀଯୁକ୍ତ ଭାବଗ୍ରାହୀ ମିଶ୍ର ମହାଭାଗ । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୫ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶ୍ରୀମତୀ ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶ୍ରୀଯୁକ୍ତ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More