ଭଦ୍ରକ ( ସଂଘର୍ଷ ମିଡିଆ ) : -ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଥିବା ରାମଦାସ ଅଗ୍ରୱାଲ ଡାଇଲିସସ ସେଣ୍ଟର ପୁର୍ନବାର କାର୍ଯ୍ୟକ୍ଷମ ହୋଇଛି।ଏହି ଅବସରରେ ରୋଟାରୀ କ୍ଲବ,ରୋଟାରୀ କ୍ଲବ ମିଡଟାଉନ ଓ ପ୍ରଶାସନର ମିଲିତ ସହଯୋଗରେ ଏହି ସେଣ୍ଟରକୁ ପୁଣି ଚାଲୁ କରାଯାଇଛି । ଏହି ସେଣ୍ଟରକୁ ରାଜ୍ୟପାଳଙ୍କ ସମେତ ଭଦ୍ରକ ସାଂସଦ ବିଧାୟକ ସଂଜୀବ ମଲ୍ଲିକ ଉଦଘାଟନ କରିଥିଲେ ।କରୋନା ପାଇଁ ଏହି ହସ୍ପିଟାଲକୁ କୋଭିଡ ସେଣ୍ଟର କରାଯାଇଥିଲା । କୋଭିଡ ସେଣ୍ଟର ବନ୍ଦ ହେବାପରେ ଏବେ ଖୋଲିବା ପରେ ପୂର୍ବପରି ସ୍ବଳ୍ପ ଅର୍ଥରେ ଏହି ସେବା ଯୋଗାଇ ଦିଆଯିବ । ଗରିବ ଲୋକମାନେ ଡାଇଲିସିସ ପାଇଁ ଆଗରୁ କଟକ ଯିବାକୁ ପଡୁଥିଲା ଏବେ କମ୍ ଖର୍ଚ୍ଚରେ ଏହିଠାରେ ପରିକ୍ଷା କରି ପାରିବେ ବୋଲି କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।ଏହି ଉତ୍ସବରେ ଶିଶିର ମିଶ୍ର,ସିତାକାକ୍ତ ଦାସ, ଅତିସ ବେହେରା, ଇନ୍ଦ୍ରଜିତ ସାହୁ, ଅମ୍ବିକା ସ୍ଵାଇଁ,ବସନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।