ସାଳଜଙ୍ଗ ପ୍ରାଥମିକ ଚିକିତ୍ସାଳୟରେ ଡ଼ାକ୍ତରଙ୍କ ଅବହେଳା

22

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ସାଳଜଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରମ୍ବାର ଡାକ୍ତରଙ୍କ ଅବହେଳା ତଥା ବିଳମ୍ବ ନେଇ ରୋଗୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ବିଭିନ୍ନ ପଞ୍ଚାୟତରୁ ଆସୁଥିବା ରୋଗୀମାନେ ଅଭିଯୋଗ କରିଛନ୍ତି । ରୋଗୀମାନେ ଅଭିଯୋଗ କରି କୁହନ୍ତିକି ସାଳଜଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଲେ ଘଣ୍ଟା ଘଣ୍ଟାଧରି ଡାକ୍ତର ଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି । ଡାକ୍ତରମାନେ ବିଳମ୍ବରେ ଆସି ରୋଗୀ ମାନଙ୍କ ପ୍ରତି ମଧ୍ୟ ବିରକ୍ତି ଭାବ ପ୍ରକାଶ କରନ୍ତି ବୋଲି ରୋଗୀମାନେ ଅଭିଯୋଗ କରିଛନ୍ତି । କିଛି ରୋଗୀଙ୍କ ଅଭିଯୋଗ ପାଇଁ ଆମ ପ୍ରତିନିଧି ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଯାଇ ଦେଖିଲା ବେଳକୁ ଦିନ ୯ଟା ବେଳକୁ ମଧ୍ୟ କେହିଡାକ୍ତର ଉପସ୍ଥିତ ନଥିଲେ। ଡାକ୍ତର ମଧ୍ୟ ବିଳମ୍ବରେ ଆସିଥିବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ରୋଗୀମାନେ ନାହିଁଥିବାର ଅସୁବିଧାର ସମ୍ମୁଖିନ ହୋଇଥିଲେ । ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସାଳଜଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ । ବିଳମ୍ବରେ ଡକ୍ଟର ଆସି ନିଜେ କେତେବେଳେ ଆସିଲେ ତାହା ଲିଖିତ ଦେବା ପରେ ତାଙ୍କୁ ରୋଗୀ ଚିକିତ୍ସା ପାଇଁ ଛଡ଼ାଯାଇଥିଲା । ଏପରିକିସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହେବ ସହ ରୋଗୀକଲ୍ୟାଣ ସମିତି ମାଧ୍ୟମରେ ଆସୁଥିବା ଅର୍ଥ ରୋଗୀଙ୍କ କାର୍ଯ୍ୟରେ ଲାଗୁନଥିବା ଅଭିଯୋଗ କରିଛନ୍ତି ସ୍ଵସ୍ତି ପ୍ରସାଦ ମିଶ୍ର,ତୋଫାନ ଦାସ,ବିଶ୍ୱରଂଜନ ନାୟକ,ପ୍ରଶାନ୍ତ ମଲ୍ଲିକ, ଜିତୁସାହୁ।ତେବେ ଖବର ପାଇ ଜିଲା ମୁଖ୍ୟ ଚିକିତ୍ସାଳୟ ର ଅତିରିକ୍ତ ଚିକିତ୍ସା ଅଧିକାରୀ ପହଁଚି ସ୍ଥାନିୟ ଲୋକଙ୍କୁ ବୁଝାସୁଝା କରିବା ସହ ଏଭଳି ସମସ୍ୟା ଆଉ ରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ସାଧାରଣ ଲୋକମାନେ ଧାରଣାପ୍ରତ୍ୟହୃତ କରିଥିଲେ। ତେବେରୋଗୀ ସେବା ଯୋଗାଇଦେବା ସହ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟରେ ବିଳମ୍ବରେ ଯୋଗଦେଉଥିବା ଡାକ୍ତରଙ୍କ ପ୍ରତି ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More