ନବରଙ୍ଗପୁର (ସଂଘର୍ଷ ମିଡିଆ ) : -ନବରଙ୍ଗପୁର ଜିଲ୍ଲା. ପାପଡାହାଣ୍ଡି ବ୍ଲକ ମଇଦଲ ପୁର ଫାଣ୍ଡିଅଧୀନରେ ଏ ଭଳି ଘଟଣା ଦେଖିବାକୁ ମିଳିଛି, ସୂଚନା ଥାଉକି ଆଜିସକାଳ ଗାଡିଯାଞ୍ଚ ସମୟରେ ମଇଦଲ ପୁର ପୋଲିସ ହାତରେ ଏକ ସାରବୋଝେଇ ପିକଅପ ଭେନ ଧରାପଡିଥିଲା ଉକ୍ତ ସାର ଟି କଳାହାଣ୍ଡି ରୁ ନବରଙ୍ଗପୁର ଆଡକୁ ଆସୁଥିଲା, ଉକ୍ତ ଗାଡିକୁ ଯାଞ୍ଚ କରିବାରୁ ସାର ଓ ଗାଡିର କୌଣସି କାଗଜ ପତ୍ର ନ ଥିଲା, ଖବର ପାଇ ଘଟଣା ସ୍ଥଳରେ ଗାଡିମାଲିକ ପହଂଚି ପୋଲିସ ଵାଲା ଙ୍କୁ ବିଭିନ୍ନ ପ୍ରକାର ଅଶ୍ଲିଳ ଭାଷାରେ ଗାଡିଗୁଲଜ କରି ଧମକ ମଧ୍ୟଦେଇଥିଲେ, ବୋଲି ଫାଣ୍ଡି ଅଧିକାରୀ ଅନାମ ଦିଆନ ପ୍ରକାଶ କରିଛନ୍ତି। ଗାଡିଟିକୁ ଅଟକ ରଖି ପାପଡାହାଣ୍ଡି ତହସିଲଦାର ଏବଂ ଜିଲ୍ଲା କୃଷି ବିଭାଗ ଅଧିକାରୀ ଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ତହସିଲଦାର ଘଟଣା ର ଯାଞ୍ଚ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲା କୃଷି ବିଭାଗ ଅଧିକାରୀ ସୋମ୍ୟରଞ୍ଜନ ପାତ୍ର, ନବରଙ୍ଗପୁର, ଶଶୀଭୁଷଣ ସେନାପତି ବ୍ଲକ କୃଷି ବିଭାଗ ଅଧିକାରୀ ପାପଡାହାଣ୍ଡି , ଶିବାନୀ ଗୋଛାଏ ଅତିରିକ୍ତ ବ୍ଲକ କୃଷି ବିଭାଗ ଅଧିକାରୀ- ପାପଡାହାଣ୍ଡି, ଯାଞ୍ଚ କରି ୟୁରିଆ ୫୦ ବସ୍ତା ଓ D A P 5 ବସ୍ତା ଥିବା ସୂଚନା ଦେଇଛନ୍ତି, ଉକ୍ତ ସାର କୁ ସରକାରୀ ନିୟମଅନୁଯାଇ ସ୍ଥାନୀୟ ଲ୍ୟାମ୍ପସ କୁ ହସ୍ତାନ୍ତର କରିବେ ଲ୍ୟାମ୍ପସ ଠାରୁ ସରକାରୀ ଦର ଅନୁସାରେ ଚାଷୀ ପାଇବେ ଏବଂ ୨୪ ଘଣ୍ଟା ମଧ୍ୟରେ ମାନ୍ୟବର ଜିଲ୍ଲାପାଳଙ୍କୁ ଜଣାଇ ଦିଆଯିବ ଏବଂ ସେ ଯାହା ନିର୍ଦେଶ ଦେବେ, ସେ ଅନୁସାରେ କାର୍ଯ୍ୟକାରି ହେବ ବୋଲି କୃଷି ବିଭାଗ ଅଧିକାରୀ ସୋମ୍ୟରଞ୍ଜନ ସୂଚନା ଦେଇଛନ୍ତି, ଅନ୍ୟ ପକ୍ଷେ ଏହି ଅଂଚଳ ରେ ଚାଷୀ ସାର ନ ମିଳିବାରୁ ବହୁତ ଅସୁବିଧା ର ସମ୍ମୁଖୀନ ହେବାବେଳେ କିଛି ଲୋକ ପଡୋଶୀ ଜିଲ୍ଲା କଳାହାଣ୍ଡି ରୁ କମ ଦରରେ ଆଣି ଏଠାରେ ଉଚ୍ଚା ଦରରେ ବିକୁଥିବା ସୂଚନା ମିଳୁଛି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।
Get real time updates directly on you device, subscribe now.