ସାରା ଦେଶବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

121

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ସାରା ଦେଶରେ ହୋଲି ଉତ୍ସବକୁ ନେଇ ଆନନ୍ଦର ମାହୋଲ। ରଙ୍ଗର ପର୍ବ ହୋଲିକୁ ସେଲିବ୍ରେଟ୍ କରିବା ପାଇଁ ସବୁ ଆଡେ ବ୍ୟାପକ ପ୍ରସ୍ତୁତି ହୋଇଚି। ସାଙ୍ଗ ସାଥି, ବନ୍ଧୁ ପରିବାରବର୍ଗଙ୍କ ଗହଣରେ ହୋଲି ଉତ୍ସବକୁ ମନାଇବା ପାଇଁ ସବୁ ଆଡ଼େ ଉତ୍ସାହ। ଏହି ଅବସରରେ ସାରା ଦେଶବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୁମିର ନିଳାଦ୍ରୀ ବିଚ୍ ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ହୋଲିର ଶୁଭେଚ୍ଛା ଦେଇଛନ୍ତି ସୁଦର୍ଶନ। ବାଲୁକା ଚିତ୍ରକଳା ରେ ପ୍ରଭୁ କୃଷ୍ଣ ରାଧାଙ୍କ ପ୍ରତିକୃତି କୁ ସ୍ଥାନ ଦିଆଯାଇଥିବା ବେଳେ ରଙ୍ଗ ବେରଙ୍ଗ ଅବିର ସ୍ଥାନ ପାଇଛି ବାଲୁକା ଚିତ୍ରକଳାରେ । ତେବେ ଏହି ହୋଲି ଉତ୍ସବକୁ ସୁରକ୍ଷିତ ଭାବେ ପାଳନ କରି ରଙ୍ଗର ପର୍ବ ହୋଲିକୁ ପାଳନ କରିବାକୁ ସୁଦର୍ଶନ ବାର୍ତ୍ତା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More