ସାରସ୍ୱତ ସାଧକ ହିମାଂଶୁ ଆଚାର୍ଯ୍ୟଙ୍କୁ ନବକୃଷ୍ଣ ଚୌଧୁରୀ ସ୍ମୃତି ସମ୍ମାନ

14

Get real time updates directly on you device, subscribe now.

ଜଗତସିଂହପୁର (ସଂଘର୍ଷ ମିଡିଆ) : -ଯାଜପୁର ଜିଲ୍ଲା ବଡଚନା ଅନ୍ତର୍ଗତ ନବକୃଷ୍ଣ ଚୌଧୁରୀ ସ୍ମୃତି କମିଟି ଓ ନବପ୍ରତିଭା ସାହିତ୍ୟ ସଂଗଠନ ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ 121ତମ ଜୟନ୍ତୀ ଓ ସାରସ୍ୱତ ସମାରୋହ ବାଲିଚନ୍ଦ୍ରପୁର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ପାଳିତ ହୋଇଯାଇଛି।ଏହି ସମାରୋହରେ ଜଗତସିଂହପୁର ଜିଲ୍ଲାର ସାରସ୍ୱତ ସାଧକ ଓ ସ୍ତମ୍ଭକାର ଅବସର ପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟଙ୍କୁ ନବକୃଷ୍ଣ ଚୌଧୁରୀ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଏଥିରେ ମୂଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ଆଚାର୍ଯ୍ୟ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ମୃତି କମିଟି ସଭାପତି ପ୍ରାଧ୍ୟାପକ ଡକ୍ଟର ଯତୀନ୍ଦ୍ର କୁମାର ରାଉତ,ସାଧାରଣ ସମ୍ପାଦକ ସାମ୍ବାଦିକ ଏକାଦଶୀ ସେଠୀ, ନବ ପ୍ରତିଭା ସାହିତ୍ୟ ସମ୍ପାଦକ ରମେଶ ଚନ୍ଦ୍ର ପୃଷ୍ଟି, ଆଗାମୀ ଶତାଦ୍ଦୀର ସମ୍ପାଦକ ଶେଖ ମସୁଦ ଅଲ୍ଲୀ ପ୍ରମୂଖ ବହୁ ଜ୍ଞାନୀ ଗୁଣି ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More