ସାରସ୍ୱତ ସାଧକ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟଙ୍କୁ ବାଣୀପୁତ୍ର ସମ୍ମାନ

27

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଆମ ସଂସ୍କୃତି ଓ ପରମ୍ପରାରେ ପୂଜ୍ୟ ପୂଜାର ସ୍ଥାନ ସ୍ୱତନ୍ତ୍ର। କୁହାଯାଏ ପୂଜ୍ୟ ପୂଜାରେ ବ୍ୟତିକ୍ରମ ଘଟିଲେ ତାହା ସମାଜରେ ଅଘଟଣ ସୃଷ୍ଟି କରେ।ତେଣୁ ପୂଜ୍ୟ ପୂଜା ଆଦର ଭାବ ସୃଷ୍ଟି କରିବା ଆବଶ୍ୟକ ବୋଲି ଗାୟତ୍ରୀ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ଯୋଗଦେଇ ଅତିଥି ମାନେ ମତ ପୋଷଣ କରିଛନ୍ତି।ଏହି ଆଲୋଚନା ଚକ୍ରରେ ଅଳକା କଲେଜର ପୂର୍ବତନ ଅଧ୍ୟକ୍ଷ ବନମାଳୀ ବେହେରା ସଭାପତିତ୍ୱ କରିଥିଲେ।ଏଥିରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସମାଜସେବୀ ଗୌରାଙ୍ଗ ଚରଣ ହୋତା ,ମୁଖ୍ୟ ବକ୍ତା ଭାବେ ସୁସାହତ୍ୟିକ ଅଲେଖ ଚନ୍ଦ୍ର ବେହେରା, କବୟିତ୍ରୀ ତିଳତ୍ତମା ଦାଶ, ଆଇନଜୀବୀ ରାଜକିଶୋର ଦାସ ଯୋଗଦେଇ ଉତ୍ତର ପିଢ଼ିର ପିଲାମାନେ କ୍ରମଶଃ ପୂଜ୍ୟ ପୂଜା ଠାରୁ ଦୂରେଇ ଯାଉଥିବା ବେଳେ ଏଭଳି କାର୍ଯ୍ୟକ୍ରମ ର ଯଥେଷ୍ଟ ରହିଛି ବୋଲି କହିବା ସହିତ ଏ କ୍ଷେତ୍ରରେ ନିରନ୍ତର ପ୍ରୟାସ ଜାରୀରଖିଥିବା ସାରସ୍ୱତ ସାଧକ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶ୍ରୀ ଆଚାର୍ଯ୍ୟ ଙ୍କୁ ଉତରିୟ ପୁଷ୍ପ ଗୁଚ୍ଛ ଓ ମାନପତ୍ର ଦେଇ ବାଣୀ ପୁତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।ସଭାର ଆରମ୍ଭରେ ଅନୁଷ୍ଠାନର ନିର୍ଦେଶୀକା ଶାଶ୍ୱତି ଶୁଭ ଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ଆଶ୍ରମପାଟଣା କଲେଜର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାଶ ଧନ୍ୟବାଦ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରୋଜେକ୍ଟ ମ୍ୟାନେଜର ବର୍ଷା ରାଣୀ ମହାରଣା,ସମ୍ବିତ ଦାସ ପ୍ରମୂଖ କର୍ମକର୍ତ୍ତା ପରିଚାଳନା ରେ ସହାୟତା କରିଥିଲେ।ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More