ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି।ଏଥିରେ ଅଧକ୍ଷତା କରି ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ କହିଥିଲେ ଯେ 1989ମସିହା ରୁ ଜୁଲାଇ11ତାରିଖ କୁ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଆସୁଛି। ଜନ ସଂଖ୍ୟା ଅଭିବୃଦ୍ଧି କୁପରିଣତି ସମ୍ପର୍କରେ ଲୋକ ମାନଙ୍କୁ ଅବଗତି କରାଇବା ଓ ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅମୁଲ୍ୟ କୁମାର ମିଶ୍ର, ସରୋଜ ଦୀବେଦୀ ,ଦିଲ୍ଲୀପ କୁମାର ସାହୁ, ବଟକୃଷ୍ଣ ନାଥ, ତପନ ରାଉତରାୟ ପ୍ରମୂଖ ଯୋଗଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ଦ୍ରାରିଦ୍ର୍ୟ, ନିରକ୍ଷରତା ଓ ବେକାରୀ ଆଦି କ୍ଷେତ୍ରରେ ଜନସଂଖ୍ୟା ର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହୋଇଥାଏ ବୋଲି କହିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।