ସାମ୍ୱାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ସାମ୍ବାଦିକ ସଂଘ (କବଜା) କାର୍ଯ୍ୟାଳୟ ଠାରେ ସଂଘର ଉପସଭାପତି ପ୍ରଭାତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ଜାତୀୟ ପ୍ରେସ ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ସଂଘ ତରଫରୁ ସରକାରଙ୍କୁ ଅନୁରୋଧ କରି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସାମ୍ବାଦିକ ସ୍ବାସ୍ଥ୍ୟ ବିମା ରାଶି ୮ଲକ୍ଷ ଟଙ୍କାକୁ ବୃଦ୍ଧି, ମୃତ ସାମ୍ବାଦିକ ପରିବାରକୁ ମିଳୁଥିବା ମୃତ୍ୟୁ କାଳିନ ସହାୟତା ୪ଲକ୍ଷ ରୁ ୧୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବାକୁ ସର୍ବସମ୍ବତି କ୍ରମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଗଲା । ସଂଘ ସମ୍ପାଦକ ପୂର୍ଣ୍ଣ ଚରଣ ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ସଦସ୍ୟ ରଞ୍ଜନ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More