ଭଦ୍ରକ ( ସଂଘର୍ଷ ମିଡିଆ ) : ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠି ମହିଳା ଙ୍କ ପ୍ରତି ଦେଇଥିବା ଅରୁଚିକର ମନ୍ତବ୍ୟ ଘଟଣାରେ ପୋଲିସ ପକ୍ଷରୁ ବିଷ୍ଣୁ ସେଠି ଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କୁ ନେଇ ମହିଳା ମାନଙ୍କ ପକ୍ଷରୁ ସାମ୍ବାଦିକ ସମିଳନୀ. ସୂଚନା ଥାଉକି, ଗତ ୧୦ତାରିଖ ଦିନ ମାନବ ଅଧିକାର ଦିବସ ସଭାରେ ଚାଲୁଥିବା ସମୟରେ ବିଷ୍ଣୁ ସେଠି ତଥା ସମାଜସେବୀ ତାପସି ପ୍ରହରାଜ ଙ୍କ ମଧ୍ୟରେ ଯୁକ୍ତି ତର୍କ ହେବାସହ ଦୁହିଁଙ୍କ ମଧ୍ୟରେ ଆକ୍ଷେପ ପ୍ରତ୍ୟାକ୍ଷେପ ସହ ଦୁଇ ଜଣଙ୍କ ମଧ୍ୟରେ କିଛି ସମୟ ଧରି ହଟଗୋଳ ଲାଗିଥିଲା. ଏହି ଘଟଣା କୁ ନେଇ ସମାଜସେବୀ ତାପସି ପ୍ରହରାଜ ଭଦ୍ରକ ସହରାଂଚଳ ଥାନା ରେ ଏତଲା ଦେବା ସହ ଏ ସଂକ୍ରାନ୍ତରେ ଏସପି ଙ୍କୁ ଭେଟିଥିଲେ. ଏପର୍ଯ୍ୟନ୍ତ ବିଷ୍ଣୁ ସେଠି ଙ୍କ ଉପରେ କୌଣସୀ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ, ଆଜି ଏ ସଂକ୍ରାନ୍ତ ରେ ସାମ୍ବାଦିକ ସମିଳନୀ କରାଯାଇ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର, ନହେଲେ ଆଗାମୀ ଦିନରେ ମହିଳା ମାନେ ରାଜରାସ୍ତା କୁ ଓହ୍ଲାଇବା ସହ ଏସପି ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ମହିଳା ସଂଗଠନ ।