ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ନିବାସୀ ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତା ଙ୍କୁ ଗତକାଲି ଓଡିଶା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ “ପ୍ରକୃତି ବନ୍ଧୁ” ପୁରସ୍କାର 2022 ପ୍ରଦାନ କରିଛି। ଜିଲ୍ଲା ପରିବେଶ ସମିତି,ବୌଦ୍ଧ ତରଫରୁ ବୀରନରସିଂହପୁର ବନ ବିଭାଗ ନର୍ସରି ଠାରେ ଗତକାଲି ବିଶ୍ୱ ପରିବେଶ ଦିବସ-2022 କାର୍ଯ୍ୟକ୍ରମ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେଵପ୍ରିୟ କମ୍ପଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ।ଏହି ବର୍ଣ୍ଣାଢ୍ୟ ସଭାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ କେନ୍ଦୁପତ୍ର ଡି ଏଫ ଓ ଅରବିନ୍ଦ କୁମାର ମହାନ୍ତି ଏବଂ ମୁଖ୍ୟ ବକ୍ତାଭାବେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରବୀର କୁମାର ଦାସ ଯୋଗ ଦେଇଥିଲେ।ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ଶ୍ରୀ ହୋତା ଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଏବଂ ବୌଦ୍ଧ ଜିଲ୍ଲାପାଳ ଙ୍କ ସ୍ୱାକ୍ଷରିତ “ପ୍ରକୃତି ବନ୍ଧୁ” ପ୍ରମାଣପତ୍ର ଏବଂ ପ୍ରୋତ୍ସାହନ ସ୍ୱରୂପ 10 ହଜାର ଟଙ୍କା ଅର୍ଥରାଶି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ବୃକ୍ଷରୋପଣ ରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଅବଦାନ, ସେନେଇ ସଚେତନତା କାର୍ଯ୍ୟକ୍ରମ, ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା, ଜଙ୍ଗଲ ସୁରକ୍ଷା,ବନ୍ୟ ପ୍ରାଣୀ ଙ୍କ ରକ୍ଷା ପାଇଁ ଉଦ୍ୟମ, ପରିବେଶ ସନ୍ତୁଳନ ପାଇଁ ବିଭିନ୍ନ ପଦକ୍ଷେପ ଓ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି କ୍ଷେତ୍ରରେ ପ୍ରକୃତିବନ୍ଧୁ ଶ୍ରୀ ହୋତାଙ୍କୁ ବନ ବିଭାଗ ତରଫରୁ ଭୁୟସୀ ପ୍ରଶଂସା କରାଯାଇଥିବାବେଳେ ଉଦ୍ୟମ ଜାରି ରଖିବାକୁ ମୁଖ୍ୟ ଅତିଥି କହିଥିଲେ। ପ୍ରକୃତିବନ୍ଧୁ ପୁରସ୍କାର ପାଇଥିବା ଶ୍ରୀ ହୋତାଙ୍କୁ ପୂର୍ବରୁ ପ୍ରକୃତିବନ୍ଧୁ ପୁରସ୍କାର ପାଇଥିବା ନୀଲାମ୍ବର ଖମାରି, ଉସତ କହଁର, ବିନୋଦିନି ଜାଲ, ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ଶଶାଙ୍କ ଶେଖର ମିଶ୍ର, ପ୍ରମୋଦ କୁମାର ବାଘ, ଭାର୍ଜନ କୁମାର ପ୍ରଧାନ, ସୀତାକାନ୍ତ ସିଂ, ଏରେନ ନିୟୁଜ ସମ୍ପାଦକ ସମ୍ପଦ କୁମାର ଅଗ୍ରୱାଲ , ଶିକ୍ଷାବିତ ରଂଜୁ ଅମାତ, ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଯୋଗେଶ ପ୍ରସାଦ ନାୟକ , ମନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ରୀତା ତ୍ରିପାଠୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l