କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ, ନେମାଳ ଥାନା ଅଞ୍ଚଳରେ ଘଟିଛି ଘଟଣା। ପ୍ରକାଶ ଥାଉକି ଦୈନିକ ଓଡ଼ିଆ ଖବରକାଗଜ, ସୂର୍ଯ୍ୟପ୍ରଭା ର ସାମ୍ବାଦିକ ରତ୍ନାକର ବାରିକ, ନିଶ୍ଚିନ୍ତକୋଇଲିରୁ ନିଜ ଖବର ପ୍ରେରଣ କରି ଘରକୁ ଫେରିବା ବାଟରେ, ନେମାଳ ଥାନା କଣ୍ଟାପାରି ଅଞ୍ଚଳରେ ବାଲିମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ। ଦୁଇରୁ ଉର୍ଦ୍ଧ୍ବ ଆକ୍ରମଣକାରୀ ସୁପରିକଳ୍ପିତ ଭାବେ ଆକ୍ରମଣ କରିଥିଲେ। ମଦ ବୋତଲରେ ସାମ୍ବାଦିକ ଶ୍ରୀଯୁକ୍ତ ବାରିକଙ୍କୁ ଆକ୍ରମଣ ନେଇ ନେମାଳ ଥାନାରେ ଅଭିଯୋଗ ହୋଇଛି। ନିଶ୍ଚିନ୍ତକୋଇଲି ମେଡିକାଲରେ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ କଟକ ମେଡିକାଲ ପଠାଇଦିଆଯାଇଥିଲା। ସେ ଏନେଇ ସାଲେପୁର ଏସଡିପିଓ କୁ ଭେଟି ଗିରଫ ଦାବି କରିଛନ୍ତି। କଟକ ଜିଲ୍ଲା ସିଡିୟୁଜେ ଓ ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଏସଡିପିଓ ଙ୍କୁ ଭେଟି ତୁରନ୍ତ ଗିରଫ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।