ସାମ୍ବାଦିକ ଓ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ଜିଲ୍ଲା ପ୍ରଶାସନର ନିର୍ବାଚନୀ ବୈଠକଜ

66

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ଜଗତସିଂହପୁର ଆଗାମୀ ଲୋକସଭା ଓ ବିଧାନସଭା ପାଇଁ ସାଧାରଣ ନିର୍ବାଚନ – ୨୦୨୪ ନିମନ୍ତେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟସୂଚି ଘୋଷଣା ଓ ଆଦର୍ଶ ଆଚରଣ ବିଧି ଲାଗୁ କରାଯିବା ପରେ ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଗଣମାଧ୍ୟମ ଓ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ପାରୁଲ ପଟୱାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ର ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର, ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର ଶ୍ରୀ ଅଭିମନ୍ୟୁ ବେହେରା,ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ,ଅତିରିକ୍ତ ଜିଲ୍ଲାପାଳ ପାରାଦ୍ୱୀପ ଶ୍ରୀ ଲଳିତ ମୋହନ ବେହେରା,ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ଡେପୁଟି କଲେକ୍ଟର ସନ୍ଧ୍ୟାଞ୍ଜଳି ମାଝି,ପ୍ରମୁଖ ଯୋଗଦେଇଥିଲେ। ମାର୍ଚ୍ଚ 16 ରେ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାଇ ଜଗତସିଂହପୁର ଜିଲାରେ ଶେଷ ଅର୍ଥାତ ଜଗତସିଂହପୁର ଜିଲାରେ 7 ମ ପର୍ଯ୍ୟାୟ ରେ ଜୁନ 1 ତାରିଖ ରେ ଭୋଟ ଗ୍ରହଣ କରାଯିବ।ସେହି ଅନୁଯାଇ ମୟୀ 7 ରେ ନୋଟିଫିକେସନ ମୟୀ 7 ରୁ 14 ପର୍ଯ୍ୟନ୍ତ ପାର୍ଥୀପତ୍ର ଦାଖଲ। ମୟୀ 15 ରେ ପ୍ରାଥୀପତ୍ର ଯାଞ୍ଚ ଏବଂ ପ୍ରାଥୀପତ୍ର ର ପ୍ରତ୍ୟହାର ମୟୀ 17 ରେ ଥିବା ନେଇ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି। ଜୁନ 1 ରେ ଭୋଟ ଗ୍ରହଣ କରାଯିବ ଏବଂ ଜୁନ 4 ତାରିଖ ରେ ଭୋଟ ଗଣତି କରାଯିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More