ବଦମ୍ବା(ସଂଘର୍ଷ ମିଡିଆ ) ବାଲେଶ୍ୱର ଜିଲ୍ଲା ନୀଳଗିରି ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦେଲେଇଙ୍କୁ ନୀଳଗିରି ପୋଲିସ ର ବର୍ବ ରୋଚିତ ବ୍ୟବହାର ଏବଂ ସାମ୍ବାଦିକ ଙ୍କ ଶରୀର ଅସୁସ୍ଥ ଥିବାରୁ ଚିକିତ୍ସାଳୟରେ ଚିକିତ୍ସା ଚାଲୁଥିବା ବେଳେ ହ୍ୱାଡ଼ କ୍ରିମିନାଲ ଭଳି ଗୋଡ଼ରେ ବେଡି ପକାଇ ରଖିବା ଘଟଣାକୁ ନେଇ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବଡମ୍ବା ଅଞ୍ଚଳ ର ଗଣମାଧ୍ୟମ ପ୍ରତିନିଧି ମାନେ ଦାବି କରିବା ସହିତ ଘଟଣା କୁ ଦୃଢ଼ ନିନ୍ଦା କରିଛନ୍ତି I ଏହାକୁ ନେଇ ବଡମ୍ବା ଅଞ୍ଚଳ ର ଗଣମାଧ୍ୟମ ପ୍ରତିନିଧି ଗଣ ବଡମ୍ବା ବୁଢ଼ା ହନୁମାନ ମନ୍ଦିର ଠାରୁ ଏକ ରାଲି କରି ଆସି ତହସିଲ କାର୍ଯାଳୟ ରେ ପହଂଚି ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ବଡମ୍ବା ତହସିଲଦାର ଶ୍ରୀଯୁକ୍ତ ତପନ କୁମାର ପରିଡା ଙ୍କୁ ମଙ୍ଗଳବାର ଦିନ ପ୍ରଦାନ କରାଯାଇଛି I ଦାବିପତ୍ର ପ୍ରଦାନ ସମୟରେ ପ୍ରେସ କ୍ଳବ ସଭାପତି ସୁଜିତ ପଟ୍ଟନାୟକ, ସାମ୍ବାଦିକ ପୁପୁ ମହାନ୍ତି, ନବ କିଶୋର ପଣ୍ଡା, ବଟକୃଷ୍ଣ ପ୍ରଧାନ, ଶିବରାମ ପଣ୍ଡା, ସର୍ବେଶ୍ୱର ସ୍ୱାଇଁ, କମଳକାନ୍ତ ସାହୁ, ସୁଧାଂଶୁ ଶତପଥୀ,ଚିତ୍ରସେନ ସାହୁ, ବିନୋଦ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ I