ସାମ୍ବାଦିକଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

30

Get real time updates directly on you device, subscribe now.

ନରସିଂହପୁର (ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ଜିଲ୍ଲାରେ ଖବର ସଂଗ୍ରହ କରୁଥିବା ବେଳେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ମହିଳା କନେଷ୍ଟବଳ ପିନୁ ନାୟକଙ୍କ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। କେନ୍ଦ୍ରାପଡା ଜିଲ୍ଲାର ସାମ୍ବାଦିକ ମାନେ ଏହାର ଦୃଢ ନିନ୍ଦା କରି ଆନ୍ଦୋଳନ ଜାରି ରଖିଥିବା ବେଳେ ସେମାନଙ୍କୁ ସମର୍ଥନ କରି ବିଭିନ୍ନ ସାମ୍ବାଦିକ ସଙ୍ଘ ଆଗେଇ ଆସୁଥିବା ସମୟରେ ସେମାନଙ୍କୁ ସମର୍ଥନ କରି ପ୍ରତିବାଦ ଜଣାଇବାକୁ ଆଗେଇ ଆସିଛି କଟକ ଜିଲ୍ଲା ନରସିଂହପୁର ସାମ୍ବାଦିକ ସଙ୍ଘ।କେନ୍ଦ୍ରାପଡା ସାମ୍ବାଦିକ ଭୀମସେନ ସେଠୀ ଙ୍କୁ ଆକ୍ରମଣ କରିଥିବା ପିନୁ ନାୟକଙ୍କ ପ୍ରତି ସରକାର ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାଙ୍କୁ ଚାକିରିରୁ ବହିସ୍କୃତ କରାଯିବା ପାଇଁ ଦାବି କରିବା ସହିତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ନିକଟରେ ଦାବି କରୁଛି ନରସିଂହପୁର ସାମ୍ବାଦିକ ସଙ୍ଘ।ନରସିଂହପୁର ସାମ୍ବାଦିକ ସଙ୍ଘ ପ୍ରଥମେ ଟାଉନ ପରିକ୍ରମା କରି ସାମ୍ବାଦିକ ଏକତାର ସ୍ଲୋଗାନ ଦେଇ କେନ୍ଦ୍ରାପଡା ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ ରଖି ଏହି ଘଟଣାର ତୁରନ୍ତ ସମାଧାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ନରସିଂହପୁର ତହସିଲଦାର ଓ ନରସିଂହପୁର ଥାନା ଅଧିକାରୀ ଙ୍କୁ ଦିଆଯାଇଛି।ଅତି ଶୀଘ୍ର ଯଦି ଦୁର୍ବ୍ୟବହାର କରିଥିବା ମହିଳା କନେଷ୍ଟବଳଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଏ ବାବଦରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ସଙ୍ଘ ଯେଉଁ ନିଷ୍ପତ୍ତି ନେବେ ତାକୁ ନରସିଂହପୁର ସାମ୍ବାଦିକ ସଙ୍ଘ ସମର୍ଥନ କରିବ ବୋଲି କହିଛନ୍ତି ସଙ୍ଘର ସଭାପତି ଦେବୀପ୍ରସାଦ ରଥ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More