ସାମ୍ବାଦିକଙ୍କ ଆରୋଗ୍ୟ କାମନା ପାଇଁ ସମୂହ ଦୀପଦାନ

22

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) : ବରିଷ୍ଠ ସାମ୍ବାଦିକ ତଥା ବହୁ ଲୋକପ୍ରିୟ ଜନହିତକାରି ସାମ୍ବାଦିକ ନାରାୟଣ ସାହାଣୀ।ଯିଏ ନିଜ ଜୀବନକୁ ତିଳ ତିଳ କରି ସାରା ଜିଲ୍ଲାର ଲୋକଙ୍କ ଲାଗି ନିଜ ଜିବନରେ କେବେ ବିଶ୍ରାମ ନେଇନାହିଁ ସେଇ ଜନ ପ୍ରିୟ ସାମ୍ଵାଦିକ ଙ୍କର ଆଶୁଆରୋଗ୍ୟ କାମନା କରି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବଜାର ଦୁର୍ଗା ମନ୍ଦିରରେ ମାଙ୍କ ନିକଟରେ ସମୂହ ଦିପଦାନ କରିଛନ୍ତି ଜିଲ୍ଲା ସାମ୍ବାଦିକ,ମାର୍ଶାଘାଇ ବଣିକ ସଙ୍ଘ ଓ ବୁଦ୍ଧିଜୀବୀ। କେନ୍ଦ୍ରାପଡା ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଛଘରୀଆ ଛକ ନିକଟରେ୧୪ ତାରିଖ ରାତିରେ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ଆହତ ହୋଇଥିଲେ ଏହି ବରିଷ୍ଠ ସାମ୍ବାଦିକ ନାରାୟଣ ସାହାଣି।ସେ ବାଇକରେ ଘରକୁ ଫେରୁଥିବା ବେଳେ ପଛରୂ ଧକା ଦେଇ ଥିଲା ଏକ ଟ୍ରକ । ତାଙ୍କୁ ସ୍ଥାନିୟ ଲୋକମାନେ ଉଦ୍ଧାରକରି କେନ୍ଦ୍ରାପଡା ଡାକ୍ତରଖାନା ନେଇଥିବା ବେଲେ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ଚିକିତ୍ସାପାଇଁ ଭୂବନେଶ୍ବର ସ୍ଥିତ କେଆର ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇ ଥିଲା। ସେଠାରେ ତୁରନ୍ତ ତାଙ୍କର ମୁଣ୍ଡକୁ ଗୁରୁତ୍ୱ ପୂଣ୍ଣ ଅପରେସନ କରାଯାଇଛି। ଏବେ ସେ ଆଇ ସି ୟୁରେ ଅଛନ୍ତି। ସାମ୍ବାଦିକ ସାହାଣି ଜଣେ ପରୋପକରି ମେଳାପି ବ୍ୟକ୍ତିତ୍ବ।ଦୀର୍ଘ ଵର୍ଷ ହେବ ସାମ୍ବାଦିକତା ବ୍ୟବ ସ୍ଥାରେ ରହି ଅନେକ ଛାତ୍ର ଗଢିଛନ୍ତି ଯେଉଁ ମାନେ ଏବେ ଜିଲ୍ଲାର କୋଣ ଅନୁକୋଣରେ ପ୍ରତିଷ୍ଠା ଲାଭ କରିଛନ୍ତି।ତାଙ୍କର ମୁଳ ମନ୍ତ୍ର ହେଲା ଲୋକମାନଙ୍କର ସେବାକରିବା।ଏହି ସେବା ଦ୍ବାରା କେନ୍ଦ୍ରାପଡା ଜିଲ୍ଲାର ଘରେଘରେ ପରିଚିତ ଏବଂ ଲୋକଙ୍କ ହୃଦୟରେ ବସା ବାନ୍ଧି ରଖିଛନ୍ତି ଏହି ପ୍ରତିଭା ବାନ ବରିଷ୍ଠ ସାମ୍ବାଦିକ। ବିଭିନ୍ନ ମହଲରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସମୂହ ଦିପଦାନ କରୁଛନ୍ତି ଜିଲ୍ଲା ବାସି।ସମସ୍ତଙ୍କ ମୁହଁ ରେ ଗୋଟିଏ କଥା ନାରାୟଣ ସାହାଣୀ ତୁରନ୍ତ ଆରୋଗ୍ୟ ହୋଇ ପୂଣି ଲୋକମାନଙ୍କ ସେବା ଯାରିରଖନ୍ତୁ ଏହା ସିଦ୍ଧ ବଳଦେବ ଓ ମା ଦୁର୍ଗାଙ୍କ ଙ୍କ ନିକଟରେ ପ୍ରାଥନା କରିଛନ୍ତି ସମୁହ ସାମ୍ବାଦିକ ଏବଂ ବୁଦ୍ଧିଜୀବୀ।ଏହି ଦୀପଦାନ ରେ ମାର୍ଶାଘାଇ ସରପଞ୍ଚ ଭାଗବତ ବେହେରା ସମିତି ସଭ୍ୟ ପ୍ରସନ୍ନ ସାହୁ,ବ୍ୟବସାୟୀ ସଙ୍ଘର ଧୂନ କିଶୋର ନାୟକ,ସୁନାକ ଗାହାଣ,ଅଭୟ କର,ସମାଜସେବୀ ଅଜୟ କର,ଉପେନ୍ଦ୍ର ବେହେରା, ପ୍ରତାପ ମହାନ୍ତିଙ୍କ ସମେତ ମାର୍ଶାଘାଇ ଅଞ୍ଚଳର ସମସ୍ତ ସାମ୍ବାଦିକ ଓ ଶତାଧିକ ଶୁଭେଛୁ ଯୋଗଦେଇ ସାମ୍ବାଦିକ ନାରାୟଣ ସାହାଣିଙ୍କ ଆରୋଗ୍ୟ କାମନା ପାଇଁ ପାର୍ଥନା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More