ନୟାଗଡ (ସଂଘର୍ଷ ମିଡିଆ ) : – ନୟାଗଡ଼ ଜିଲ୍ଲାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସ୍ଥାଣୁ ପାଲଟିଛି ଜିଲ୍ଲା ପ୍ରଶାସନ। ଗତ ଶୁକ୍ରବାର ଦିନ ନୟାଗଡ଼ ଆଡ଼କଟାରୁ ନକଲି ମଦ ଜବତ କରିଥିଲା ନୟାଗଡ଼ ଅବାକାରୀ ସ୍କ୍ବାର୍ଡ l ଏହି ଖବର ସଂଗ୍ରହ କରିବାକୁ 2 ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଏବଂ ଲୋକନାଥ ମିଶ୍ର ଯାଇଥିଲେ l 2 ସାମ୍ବାଦିକ ଫଟୋ ଉତ୍ତୋଳନ କରୁଥିବା ସମୟରେ ସମ୍ପୃକ୍ତ ଏସଆଇ ସାମ୍ବାଦିକ ଦ୍ବୟଙ୍କୁ ଆକ୍ରମଣ କରିଥିଲେ l ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି l ସମ୍ପୃକ୍ତ ଏସଆଇଙ୍କୁ ଅଟକ ରଖି ପରେ ପୋଲିସ ଛାଡ଼ିଦେଇଥିବାରୁ ସାମ୍ବାଦିକ ମହଲରେ ପିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଅବକାରୀ ସ୍କ୍ବାର୍ଡଙ୍କ କାର୍ଯ୍ୟାଳୟ ଆଗରେ ଗତ(ଶୁକ୍ରବାର) ଅପରାହ୍ନରେ ଅନଶନ କରିଥିଲେ ସାମ୍ବାଦିକମାନେ ଗତ ଶୁକ୍ରବାର ଠାରୁ ରାତିସାରା ଶନିବାର ଦୁଇଦିନ ନୟାଗଡ ଟାଉନ ଥାନା ଆଗରେ ଜିଲ୍ଲାର ସମସ୍ତ ଡିଜିଟାଲ,ବୈଦୁତିକ, ଏବଂ ଛାପା ର ସାମ୍ବାଦିକ ମାନେ ଧାରଣାରେ ବସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ଜିଲ୍ଲା ପ୍ରଶାସନ।ଗତ ରବିବାର ଦିନ ଜିଲ୍ଲାପାଳଙ୍କ ବାସଭବନ ଠାରେ ସମସ୍ତ ସାମ୍ବାଦିକ ଧାରଣାରେ ବସିବା ପରେ ଜିଲ୍ଲାପାଳ ଡ଼ ପୋମା ଟୁଡୁ ସାମ୍ବାଦିକ ମାନଙ୍କୁ ସନ୍ତୋନା ଦେବା ପାଇଁ ତିନି ଦିନ ସମୟ ମାଗିଥିଲେ।ଏଠି ପ୍ରଶ୍ନ ଉଠୁଛି ଯେ ଅଭିଯୁକ୍ତ ଧନଞ୍ଜୟ ପତ୍ରକୁ ପୋଲିସ ପ୍ରଥମ ଦିନ ପୋଲିସ ହେପାଜତକୁ ଆଣିବାପରେ ଓଲଟି ମାଡ଼ ଖାଇଥିବା ଦୁଇ ସାମ୍ବାଦିକଙ୍କ ନାମରେ FIR କାଟି ଅଭିଯୁକ୍ତକୁ ଥାନାର ପଛ ରାସ୍ତା ଦେଇ ଖସାଇ ଦେଇଥିଲା ଏବେ ତିନି ଦିନ ସମୟ ମାଗି ଜିଲ୍ଲାପାଳ କେଉଁ ନୀତି ଆପନାଉଚ୍ଚନ୍ତି ଏହା ହେଉଛି ସମସ୍ତ ସାମ୍ବାଦିକ ମାନଙ୍କ ସନ୍ଦେହ। ଆକ୍ରମଣ ଘଟଣାରେ ନ୍ୟାୟ ପାଇଁ ସାମ୍ବାଦିକଙ୍କ ଉପରେ ଆକ୍ରମଣକାରୀ ଏସଆଇଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ନ୍ୟାୟ ବିଳମ୍ବ ହେବା ହେତୁ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ନିଷ୍ପତି କ୍ରମେ ସମସ୍ତ ବ୍ଲକର ସମସ୍ତ ସାମ୍ବାଦିକ ମାନେ କଳା ବ୍ୟାଚ୍ ପରିଧାନ କରି କଳା ଦିବସ ପାଳିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ଏସଆଇକୁ ଏଯାବତ ଗିରଫ କରାଯାଇ ନାହିଁ l ଗିରଫ କରିବା ପର୍ଯ୍ୟନ୍ତ ନୟାଗଡ଼ ସାମ୍ବାଦିକ ସଙ୍ଘ ଆନ୍ଦୋଳନ କରିବ ବୋଲି ସୂଚନା ମିଳିଛି ।ଆସନ୍ତା ବୁଧବାର ଦିନ ଯଦିଓ କୌଣସି ନିଷ୍ପତି ନ ନେଇ ଅଭିଯୁକ୍ତ ପାତ୍ରକୁ ଗିରଫ କରା ନ ଯାଇ ଗୁରୁବାର ଠାରୁ ସମସ୍ତ ସାମ୍ବାଦିକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜିଲ୍ଲା ସାମ୍ବାଦିକ ସଂଘ ନିଷ୍ପତି ନେଇଛି।ନୟାଗଡ ନୂଆଗାଁ ରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।