ସାମ୍ବାଦିକଙ୍କୁ ଅଶାଳୀନ ମନ୍ତବ୍ୟ ଦେଇ କ୍ଷମା ପ୍ରାର୍ଥନା ମାଗିଲେ ଯୁବକ

12

Get real time updates directly on you device, subscribe now.

କଣ୍ଟାମାଳ(ସଂଘର୍ଷ ମିଡିଆ) :- ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆପତ୍ତିଜନକ ଓ ଅଶାଳୀନ ମନ୍ତବ୍ୟ ଦେଇ ଶେଷରେ ଜଣେ ଯୁବକ କ୍ଷମା ପ୍ରାର୍ଥନା କରିଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକର ସାମ୍ବାଦିକ ଅଜିତ୍ ବସ୍ତିଆ ପଥର୍ଲା ଗ୍ରାମ୍ୟ ପୋଖରୀ ଖନନରେ ଅନିୟମିତତା ହୋଇଥିବା ନେଇ ଖବର ପ୍ରସାରଣ କରିଥିଲେ।ପ୍ରକାଶିତ ଖବର କୁ ଗୋଟିଏ ହୁଆର୍ଟସପ ଗୃପରେ ଶେୟାର କରିଥିଲେ।ତାକୁ ନେଇ ପଥର୍ଲା ଗ୍ରାମର ଅଲିପ ସାହୁ ନାମକ ଜଣେ ଯୁବକ ଆପତ୍ତିଜନକ ଓ ଅଶାଳୀନ ମନ୍ତବ୍ୟ ଦେଇଥିଲେ।ଉକ୍ତ ଘଟଣାକୁ ନେଇ ଶ୍ରୀ ବସ୍ତିଆ ବ୍ଲକ ସାମ୍ବାଦିକ କର୍ମ କର୍ତ୍ତା ଙ୍କ ଦୃଷ୍ଟି ଆକର୍ଷିତ କରିବା ପରେ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଏହାପରେ ପୋଲିସ ଅଲିପ କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ନିଜର ଭୁଲ ସ୍ୱୀକାର କରି ସମସ୍ତ ସାମ୍ବାଦିକ ଙ୍କ ଆଗରେ ନିସର୍ତଃ କ୍ଷମା ପ୍ରାର୍ଥନା କରିଥିଲେ।ଏହା ସହ ଆଗକୁ ଏପରି ଭୁଲ ନ କରିବାକୁ ଲିଖିତ ଭାବରେ ପୋଲିସକୁ ଦେଇଥିବା ଜଣାପଡିଛି।କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘର ସଭାପତି ସୁଶିଲ ମିଶ୍ର ,ସମ୍ପାଦକ ଜଗାନନ୍ଦ ମହାପାତ୍ର, ଆଦିତେଶ୍ୱର ମିଶ୍ର,ଅଜିତ ବସ୍ତିଆ, ବୈଦ୍ୟନାଥ ହୋତା,ବିଜୟ ଆଚାର୍ଯ୍ୟ,ଅବୁ ଖାନ୍,ରାଜେଶ୍ ଠେଲା,ହୃଦାନନ୍ଦ ମେହେର,ପ୍ରଶାନ୍ତ କୁମାର ପ୍ରଧାନ, ଅକୁର ବେହେରା ,ପ୍ରମୁଖ ଉପସ୍ଥିତ ଥିବା ବେଳେ ମନ ମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଉକ୍ତ ଘଟଣାର ତଦନ୍ତ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More