ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ୍ ଅଞ୍ଚଳର ବାତ୍ୟା ୟାସ ର କ୍ଷୟ କ୍ଷତି ହୋଇଥିବା ପ୍ରକଳ୍ପ ଗୁଡ଼ିକର ତାଲିକା ପ୍ରସ୍ତୁତିରେ ତୃଟି ପୂର୍ଣ୍ଣ ହୋଇଥିବା ନେଇ ପଞ୍ଚାୟତ ସମିତିର ଅଧ୍ୟକ୍ଷା , ଉପାଧ୍ୟକ୍ଷ ଏକାଧିକ ସରପଞ୍ଚ ଏବଂ ସମିତି ସଭ୍ୟ ଓ ସଭ୍ୟା ବିଡ଼ିଓଙ୍କ ନିକଟରେ ପ୍ରତିବାଦ କରିଛନ୍ତି। ବ୍ଲକ୍ ପକ୍ଷରୁ ୧୬୦ ଟି ଗ୍ରାମ୍ୟ ରାସ୍ତା ୬୪ ଟି ବିଦ୍ୟାଳୟ ୪୨ ଟି ଅଙ୍ଗୱାଡ଼ି ଗୃହ ୨୮ ଟି ପଞ୍ଚାୟତ ବା କମ୍ୟୁନିଟି ସେଣ୍ଟର ସମେତ ମୋଟ ୨୯୪ ଟି ପ୍ରକଳ୍ପ ର କ୍ଷତି ତାଲିକା ଭୁକ୍ତ ହୋଇଛି। ମାତ୍ର ପଞ୍ଚାୟତ ପ୍ରତିନିଧି ଙ୍କୁ ଉପେକ୍ଷା କରାଯାଇ ତ୍ରୁଟି ପୂର୍ଣ୍ଣ ଭାବରେ ଏହି କ୍ଷୟ କ୍ଷତି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ କରି ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଶ୍ରୀ ବେହେରା , ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ , ସରପଞ୍ଚ ବିଜୟ ଶଙ୍କର ମହାନ୍ତି , ପ୍ରଶାନ୍ତ ସାହୁ , ଜଗବନ୍ଧୁ ଦାସ , ମନୋଜ କୁମାର ନାୟକ , ସୁବାସ କାଣ୍ଡି , ବିଜୟ ସ୍ଵାଇଁ , କମଳ କୁମାର ନନ୍ଦ , ନମିତା ପାତ୍ର , ସବିତା ମହାପାତ୍ର , ଜୟନ୍ତୀ ବେହେରା , ଖଗେଶ୍ବର ଜେନା , ଚନ୍ଦ୍ରଶେଖର ଜେନା ପ୍ରମୁଖ ବିଡ଼ିଓ ବିଜୟ କୁମାର ସାହୁ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ବିଡିଓ ବାହ୍ୟ ଚାପରେ ଏହି ତୃଟି ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିଥିବା ଆରୋପ କରିବା ସହ ତୁରନ୍ତ ଏହାର ସମାଧାନ କରିବାକୁ ଚରମ ବାଣୀ ଶୁଣାଇଛନ୍ତି। ଏହାକୁ ଗୁରୁତର ସହ ଅନୁଧ୍ୟାନ କରି ଉପଯୁକ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ବିଡ଼ିଓ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।