ସାମାନ୍ୟ ସ୍ବାର୍ଥ ପାଇଁ ମଣିଷ ମାରିଲା କୁକୁର

14

Get real time updates directly on you device, subscribe now.

ସାଲେପୁର(ସଂଘର୍ଷ ମିଡିଆ ) : – ମଣିଷର ପ୍ରକୃତ ବନ୍ଧୁ ବୋଲି କୁକୁର କୁ କୁହାଯାଏ। ଏହା ପୁରାଣ ଯୁଗରୁ ପ୍ରମାଣିତ ହୋଇଛି।ଧର୍ମରାଜ ଯୁଧିଷ୍ଠିର ଙ୍କର ଗୋଟିଏ ପୋଷା କୁକୁର ଥିଲା। ଯୁଧିଷ୍ଠିର ଯୁଆଡେ ଯାଉଥିଲେ କୁକୁର ଟି ତାଙ୍କ ସାଙ୍ଗରେ ଯାଉଥିଲା। ଯେତେବେଳେ ଯୁଧିଷ୍ଠିର ଙ୍କ ଶେଷ ସମୟ ଆସିଲା ଆଉ ସ୍ଵର୍ଗାରୋହଣ କଲେ ସେତେବେଳେ କୁକୁର ଟି ତାଙ୍କ ପଛେ ପଛେ ସ୍ୱର୍ଗକୁ ଚାଲିଲା। କିନ୍ତୁ ବିଧି ଅନୁସାରେ ଧର୍ମରାଜ ଯୁଧିଷ୍ଠିର ମୃତ୍ୟୁ ପରେ ଏକାକୀ ସ୍ଵର୍ଗାରୋହଣ କରିପାରିବେ ତେଣୁ କୁକୁର କୁ ସ୍ୱର୍ଗକୁ ଯିବାକୁ ଅନୁମତି ମିଳିଲା ନାହିଁ।ଏହା ଶୁଣି ଯୁଧିଷ୍ଠିର ବହୁତ ମନ ଦୁଃଖ କଲେ। ଏହା କହିବାର ଅର୍ଥ କୁକୁର ମଣିଷର ପ୍ରକୃତ ବନ୍ଧୁ। ଯାହାକି କେବେ କୁକୁର ମାଲିକ କୁ ଭୁଲି ପାରେ ନାହିଁ କି ବିପଦ ବେଳେ ମୁହଁ ମୋଡ଼ି ପଳାଏ ନାହିଁ। ତେଣୁ ଆଜି କାଲି ମଣିଷ ସାମାନ୍ୟ ସ୍ବାର୍ଥ ରେ ଅନ୍ଧ ହୋଇ ଏମିତି ନିନ୍ଦିତ ଓ ଘୃଣ୍ୟ କାମ କରେ ଯାହାକି ପଶୁଙ୍କ ଠାରୁ ବି ହୀନ କାର୍ଯ୍ୟ କୁହା ଯାଇପାରିବ। ଜମି ବାଡ଼ି ବିବାଦ ରୁ ଜଣେ ଯୁବକ ମାରିଦେଲା ପୋଷା କୁକୁର କୁ। ଏଭଳି ଅଭାବନୀୟ ଓ ନାରକୀୟ ଘଟଣା ଘଟିଛି କଟକ ଜିଲ୍ଲା କିଶନନଗର ଥାନା ଚାଞ୍ଚପଡା ଗାଁ ରେ। ଚାଞ୍ଚପଡା ଗାଁ ର ସଞ୍ଜୟ କୁମାର ଜେନା ପୋଷା କୁକୁର କୁ ସାଥୀରେ ଧରି ନିଜର ଗାଈ ବାନ୍ଧିବାକୁ ନିକଟସ୍ଥ ଏକ ପଡ଼ିଆ କୁ ଯାଉଥିବା ବେଳେ ପଛରୁ ଗୁଳି କରି କୁକୁର କୁ ହତ୍ୟା କରିଥିବା ଏକ ଲିଖିତ ଅଭିଯୋଗ କିଶୋରନଗର ଥାନା ରେ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁ ର ପ୍ରଶାନ୍ତ ଜେନା ଓରଫ ସୁକାନ୍ତ କୁକୁରଟି କୁ ବନ୍ଧୁକ ସାହାଯ୍ୟରେ ମାରୁଥିବାର ଶବ୍ଦ ଶୁଣିବା ପରେ ପଛକୁ ସଂଜୟ ଅନାଇଲା ବେଳକୁ ପୋଷା କୁକୁର ଟି ରାସ୍ତା ରେ ଛଟପଟ ହେଉଛି ଓ ପ୍ରଶାନ୍ତ ହାତରେ ଏକ ବନ୍ଧୁକ ଧରି ଦୌଡ଼ି ଘରକୁ ପଳାଉଛି। ପରେ ସଂଜୟ ନିଜର ପୋଷା କୁକୁର କୁ ସାଙ୍ଗରେ ଧରି ସ୍ଥାନୀୟ ପଶୁ ଚିକିତ୍ସା କେନ୍ଦ୍ର କୁ ଯାଇ ଚିକିତ୍ସା କରିଥିଲେ ସୁଦ୍ଧା କୁକୁର ଟି ବଞ୍ଚି ପାରିନଥିଲା। ଏହା ପରେ ସଂଜୟ କିଶୋରନଗର ଥାନା ଏକ ଲିଖିତ ଅଭିଯୋଗ କରିଥିଲେ। କିଶୋରନଗର ଥାନା କେଶ୍ ନମ୍ବର ୧୬୨/୨୦୨୨ ରେ ମାମଲା ରୁଜୁ କରି ଆନିମଲ୍ ପ୍ରୋଟେକସନ ଆକ୍ଟ, Arms Act, କେଶ୍ କରି ୫୦୬ ଦଫା ଲଗାଇ ତଦନ୍ତ ଆରମ୍ଭ କରିଛି। ହେଲେ UVଘଟଣା ପରେ ପରେ ପ୍ରଶାନ୍ତ ଓରଫ୍ ସୁକାନ୍ତ ଗାଁ ରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏଠି ଜମିବାଡ଼ି ବିବାଦ ଦୁଇ ମଣିଷ ଙ୍କ ଭିତରେ ହୋଇଥିବା ବେଳେ ବଳି ପଡିଲା ନିରୀହ କୁକୁର। ତେଣୁ ଏ ସମାଜରେ ମଣିଷ ସ୍ବାର୍ଥ ପାଇଁ ଏତେ ତଳକୁ ଖସି ଯାଉଛି ଯେ, ନିଜର ହିତାହିତ ଜ୍ଞାନ କୁ ପୋଡ଼ି ଖାଇ ଦେଉଛି। ତେଣୁ କିଶୋରନଗର ପୋଲିସ ତୁରନ୍ତ ପ୍ରଶାନ୍ତ କୁ ଗିରଫ କରିବା ସହିତ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଂଚଳବାସୀ ଓ କୁକୁର ର ମାଲିକ ଦାବି କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More