ମହଙ୍ଗା( ସଂଘର୍ଷ ମିଡିଆ ) : – ପ୍ରଶାସନିକ ଅବହେଳା, ସ୍ଥାନୀୟ ପ୍ରତିନିଧିଙ୍କ ଖାମଖିଆଲି ଯୋଗୁ ରକ୍ତମୁଖା ହୋଇଥିଲା କି ଶିବ ? ପୋଲିସ ଠାରୁ ରାଜନେତା, ସ୍ଥାନୀୟ ମୂରବୀଙ୍କ ଠାରୁ ଘର ପଡିଶାଙ୍କ ଅଣଦେଖା ଯୋଗୁ ୫ ଜଣଙ୍କ ମୁଣ୍ଡ ନେଇଛି କି ଶିବ ? ଶିବ ଓ ତା ପତ୍ନୀ ପୂର୍ବରୁ କରିଥିବା ଅଭିଯୋଗକୁ କାହିଁକି ଗୁରୁତର ଭାବେ ନିଆଯାଇନଥିଲା ? ନରହନ୍ତା ଶିବ ର ସମସ୍ତ ଙ୍କୁ କରିଥିବା ଗୁହାରି ର ଏବେ ଖୋଲୁଛି ଗୁମର। ଯେଉଁଥିପାଇଁ ଶିବ ରୁ ଶିବ ଖେଳିଲା ମହା ତାଣ୍ଡବ ! କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଠାରେ ଗତ ୧୨ ତାରିଖ ଦିନ ଗୋଟିଏ ଘର ଭାଗକୁ ନେଇ ହୋଇ ଥିବା ନରସଂହାରରେ ଗୋଟିଏ ପରିବାରର ପାଞ୍ଚ ଜଣ ଙ୍କୁ ଅତି ନିର୍ମମ ଓ ବିଭତ୍ସ ଭାବରେ କଟୁରୀ ରେ ହାଣି ମାରିଥିବା ହତ୍ୟାକାରୀ ଶିବ ସାହୁ ଏବେ ପୋଲିସ କବ୍ଜାରେ। ହେଲେ ଏତେ ବଡ଼ ଘଟଣା ଘଟିଲା କାହିଁକି ? କ’ଣ ହଠାତ୍ ଶିବ ଏ ଜମିଜମା ବିବାଦ ରେ ହାଣି ପକାଇଲା କି ନିଜର ବଡ଼ଭାଇ ଓ ତାଙ୍କ ପରିବାର କୁ ? ନାଁ ଏ ଜମିଜମା ବିବାଦ ପାଖାପାଖି ୧୦ ରୁ ୧୫ ବର୍ଷ ହେବ ଦୁଇ ଭାଇ ଙ୍କ ମଧ୍ୟରେ ଲାଗିଥିବା ବେଳେ ମାମଲା ଅନେକ ଥର ଯାଇଛି ମାହାଙ୍ଗା ଥାନା କୁ। ଖାଲି ସେତିକି ନୁହେଁ, ବିବାଦ ସମାଧାନ ପାଇଁ ଗାଁ ରେ ଭଦ୍ରଲୋକଙ୍କ ବସିବା ଠାରୁ ଆରମ୍ଭ କରି କଥା ଯାଇଥିଲା ସ୍ଥାନୀୟ ରାଜନେତା ଙ୍କ ପର୍ଯ୍ୟନ୍ତ। ହେଲେ ସମସ୍ତ ପାଲଟିଥିଲେ , “ନିରବଦ୍ରଷ୍ଟା “। ଦେଖନ୍ତୁ ଏହି ଦସ୍ତାବିଜକୁ ତଳରୁ ତାଳିପା, ସମସ୍ତଙ୍କୁ ଜଣାଇଛନ୍ତି ଶିବ ଓ ତାଙ୍କ ପତ୍ନୀ। ସମସ୍ତ ଦେଖି ଅଣଦେଖା କରିଛନ୍ତି। ଏହି ପୈତୃକ ଘରେ ରହିବାକୁ ନେଇ ଅଭିଯୁକ୍ତ ଶିବଙ୍କ ସ୍ତ୍ରୀ ସୁନୀତା ସାହୁଙ୍କୁ ବାରଂବାର ବଡ଼ଭାଇ ଅଲେଖ ସାହୁ ଓ ତାଙ୍କ ପରିବାର ହଇରାଣ ହରକତ କରୁଥିଲେ ଓ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବାର ମାଳ ମାଳ ଅଭିଯୋଗ ମାହାଙ୍ଗା ଥାନା, ସ୍ଥାନୀୟ ସରପଞ୍ଚ, ମାହାଙ୍ଗା ତହସିଲଦାର,ମହିଳା କମିଶନ, କଟକ ଗ୍ରାମାଞ୍ଚଳ ଏସପି, ପୋଲିସ ଡିଜି, ସେକ୍ରେଟେରୀ ହୋମ ଅଫେୟାର୍ସ ଏପରିକି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିଲେ। ଫଳରେ ଶିବଙ୍କ ପୁଞ୍ଜିଭୂତ କ୍ରୋଧ ଆଗ୍ନେୟଗିରି ରେ ପରିଣତ ହେଲା। ଆଉ ଯାହା ଫଳରେ ଆଜି ଗୋଟିଏ ପରିବାରର ବଂଶ କୁ ସଂପୂର୍ଣ୍ଣ ନାସ କଲା ଶିବ ଓ ନିଜେ ସ୍ବୀକାର ବି କଲା। ହେଲେ ଏହି ନରସଂହାର କରିବା ପଛରେ କାହାର ହାତ ? ଏ ସମାଜ,ପୋଲିସ, ପ୍ରଶାସନ, ନେତା ନାଁ ରାଜନେତା ? ଶିବ ଯାହା କରିଛି ତାକୁ ସଭ୍ୟ ସମାଜ କେବେ ବି ବରଦାସ୍ତ କରିବ ନାହିଁ ହେଲେ ଯେଉଁ ମାନଙ୍କୁ ନିଜ ଦୁଃଖ ଜଣାଇଥିଲା ସେମାନେ କଲେ କ’ଣ ? ସେମାନେ କ’ଣ ସମଭାବରେ ଦୋଷୀ ହେବେ ନାହିଁ କି ? ଆଜି ଯେଉଁ ପୋଲିସ ହତ୍ୟାକାଣ୍ଡ ହୋଇ ଥିବା ଘରକୁ ନେଇ ଅଭିଯୁକ୍ତ ଶିବକୁ ନେଇ ଯେଉଁ ନାଟକ କରୁଛି ତାହାର ମାନେ କ’ଣ ? କୁଆଡେ ଥିଲା ପୋଲିସର ପାୱାର ଯେତେବେଳେ ମାଳ ମାଳ ଅଭିଯୋଗ ଦେଇଥିଲା ଶିବ ଓ ସ୍ତ୍ରୀ ମାହାଙ୍ଗା ଥାନାରେ ? ଆଉ ଆଜି ଯେଉଁମାନେ ବିଧ୍ବଂସ୍ତ ହୋଇଥିବା ପରିବାର ପାଇଁ ଆଖିରୁ ଲୁହ ଗଡାଉଛନ୍ତି ତାହା କ’ଣ ପାଇଁ ? କଥାରେ ଅଛି, ବେଳହୁଁ ସାବଧାନ”। ଯଦି ଏ ଘଟଣାକୁ ଆଗରୁ ଗୁରୁତର ସହିତ ନିଆ ଯାଇଥାନ୍ତା, ହୁଏତ ଆଜି ଗୋଟିଏ ପରିବାର ଦୁନିଆଁରୁ ଯାଇ ନଥାନ୍ତା। ।