ନବରଙ୍ଗପୁର (ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ ବିଭିନ୍ନ ସଂଗଠନର ସଦସ୍ୟଙ୍କୁ ନେଇ ଏକତା ସାମାଜିକ ସଂଗଠନ ଗଠନ ହୋଇଥିବା ବେଳେ ଉକ୍ତ ସଙ୍ଗଠନ ଲଗାତାର ଭାବେ ସାମାଜିକ ସ୍ତରରେ କାର୍ଯ୍ୟ କରି ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ୍ୟ ନେଇ କାର୍ଯ୍ୟ ଜାରୀ ରହିଛି l ବର୍ତ୍ତମାନ ସୁଦ୍ଧା ୪ଶହ ରୁ ଉର୍ଦ୍ଧ ଲୋକଙ୍କ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରି ସଫଳତା ହାସଲ କରିଥିବା ବେଳେ ପ୍ରତି ଗୁରୁବାର ଦିନ ୬୫ ଜଣ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଜାରୀ ରଖିଛି lଯେଉଁ ସମୟରେ ମଧ୍ୟ କୌଣସି ପ୍ରକାର ସହଯୋଗ ନେଇ ଡାକରା ଦେଲେ ସଙ୍ଗଠନ ସଦସ୍ୟ ପହଞ୍ଚି ସାମାଜିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି l ଆଗକୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ,ରକ୍ତଦାନ ଶିବିର, ସ୍ଵାସ୍ଥ୍ୟ ମେଳା ନାନା ସାମାଜିକ କାର୍ଯ୍ଯ କରିବାକୁ ପ୍ରସ୍ତୁତ ଆରମ୍ଭ କରିଛି l ପ୍ରତି ଗୁରୁବାର ଦିନ ୬୫ ଜଣ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ ହେଉଛି ସେହି ମାନଙ୍କୁ କମ୍ବଳ ବଣ୍ଟନ କରାଯିବ l ତେବେ ସମସ୍ତ ସଦସ୍ୟ ସହଯୋଗ କରି ଆସୁଥିବା ଯୋଗୁଁ କାର୍ଯ୍ୟକ୍ରମ ସଫଳ ରୂପାୟନ ହେବାରେ ଲାଗିଛି l ଏହି ସଙ୍ଗଠନରେ ସରକାରୀ କର୍ମଚାରୀ, ବେସରକାରୀ, ଅବସରପ୍ରାପ୍ତ ସହ ବିଭିନ୍ନ ସଂଘ ସଦସ୍ୟ ଜଡିତ ହୋଇ ସମାଜ ସେବା କାର୍ଯ୍ଯ ଜାରୀ ରଖିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l