ସାମାଜିକ ସଂଗଠନ ଜୟ ମା ଭଗବତୀ ହେଲ୍ପ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଶ୍ରୀରାମ ଚନ୍ଦ୍ର ଭବନ ପରିସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କମେଡି କିଙ୍ଗ ପ୍ରଜ୍ଞା ରଞ୍ଜନ ଖଟୁଆ,ସିନେ ଆର୍ଟିଷ୍ଟ ଧୀରେନ୍ଦ୍ର ବିଶ୍ୱାଳ,ଲାଲବାଗ ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ,ଏସସିବି ମେଡିକାଲ ସର୍ଜରୀ ବିଭାଗ ପ୍ରଫେସର ଡ଼କ୍ଟର ପରୀକ୍ଷିତ ଦଳେଇ,ସମାଜସେବୀ ତଥା ବିଜେଡି ନେତା ଶିବେନ୍ଦ୍ର ହାତୀ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ରୋଗୀ,ଅସହାୟ ବ୍ୟକ୍ତି,ନିରାଶ୍ରୟ ଦରିଦ୍ର ଲୋକମାନଙ୍କ ସେବା ପ୍ରଦାନ କରି ଆସୁଛି ଏହି ଅନୁଷ୍ଠାନ..ଏହି ଅନୁଷ୍ଠାନ ମୁଖ୍ୟତଃ ବିଭିନ୍ନ ମେଡିକାଲ ରେ ରୋଗୀଙ୍କୁ ଚିକିତ୍ସା କରାଉଥିବା ଅତିଥି ମାନେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ବିଧାୟକ ସୁରେଶ ରାଉତରାୟଙ୍କ ବ୍ୟଙ୍ଗରେ ଉପସ୍ଥିତ ଲୋକେ କରତାଳି ଦେଇଥିଲେ ।ଏଥିସହ କମେଡି କିଙ୍ଗ ପ୍ରଜ୍ଞା ମଧ୍ୟ କମେଡି ଦ୍ୱାରା ଲୋକେ ଖୁସି ବ୍ୟକ୍ତ ଦେଖିବାକୁ ମିଳିଥିଲା । ଏହି ଅବସରରେ ଡ଼କ୍ଟର, ନର୍ସ,ଓଡ଼ିଆ ଫିଲ୍ମ ଜଗତ, ସମାଜସେବୀ, ଗଣମାଧ୍ୟ୍ୟମ ପ୍ରତିନିଧିମାନଙ୍କୁ ଉତ୍ତରୀୟ ସହ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ଅନୁଷ୍ଠାନର ସଭାପତି ପାୟଲ ପ୍ରିୟଦର୍ଶିନୀଙ୍କ ସମେତ ଅନୁଷ୍ଠାନର ବହୁ ସଦସ୍ୟ ଉପସ୍ଥିତ ଥିଲେ। କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More