ସାମାଜିକ ଅନୁଷ୍ଠାନ ବିପଦର ସାଥି ପକ୍ଷରୁ ସହାୟତା ପ୍ରଦାନ

9

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ଗ୍ରାମପଞ୍ଚାୟତରେ ସଦ୍ୟ ଗଢି ଉଠି ଥିବା ଏକ ସାମାଜିକ ଅନୁଷ୍ଠାନ ବିପଦର ସାଥି ତରଫ ରୁ ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ମାଣପପୁର୍ ପଞ୍ଚାୟତର ଗଡମା ଗ୍ରାମ ନିବାସୀ ଜନତୁନ ବିବି ସ୍ବାମୀ ସ୍ବର୍ଗତ ମୁନତାଜ୍ ଅଲ୍ଲୀଙ୍କୁ।ଶନିବାର ଦିନ କିଛି ଶୁଖିଲା ଖାଦ୍ୟ ଓ ଆର୍ଥିକ ସାହାଯ୍ୟ ବିପଦର ସାଥି ଅନୁଷ୍ଠାନ ର ସଭାପତି ସୋମନାଥ ସାହୁ, ଓ ସମ୍ପାଦକ ଲିୟାକତ ଅଲ୍ଲୀ ଖାଁ ଙ୍କ ତତ୍ୱବଦନରେ ଯୋଗେଇଦିଆଯାଇଥିଲା । ଉକ୍ତ୍ୟ କାର୍ଯ୍ୟ କ୍ରମରେ ,ଉପ ସଭାପତି ତାଜମୁଲ ତାତାରି, ଉପଦେଷ୍ଟା ସୟଦ୍ ସାଜିଦ୍ ଅଲ୍ଲୀ, ଯୁଗ୍ମ ସମ୍ପାଦକ ସୁନାକର ଭୋଇ, ସାବିର ଅଲ୍ଲୀ, ମହମ୍ମଦ ଅଲ୍ଲୀ, ଅବଦୁଲ ସଲାମ, ନକୀ ଉନ୍ ତାତାରି, ମୌଲାନା ଇଫତେଖାର, ଅକ୍ଷୟ ବେହେରା, ଜଟି ଭୋଇ ଓ ସମସ୍ତ ସଦସ୍ୟ, ମାଣପୁର୍ ପଞ୍ଚାୟତ ର ବିଜେଡି ସଭାପତି ତଥା ସମାଜସେବୀ ରୁସ୍ତମ ମହମ୍ମଦ,ଓ ଉପସ୍ଥିତ ଗଡମା ଗ୍ରାମର ଜନ ସାଧାରଣ ଉପସ୍ଥିତ ଥିଲେ।ଆଗାମୀ ଦିନରେ ଉକ୍ତ କାର୍ଯ୍ୟକ୍ରମ ଏହିଭଳି ଜାରି ରହିବ ବୋଲି ସଂଘର ସଭାପତି ଓ ସମ୍ପାଦକ କହିଛନ୍ତି। ତତ୍ ସହିତ ସାଧାରଣରେ ଏହା ଏକ ଆଲୋଚ୍ୟ ବିଷୟ ହୋଇ ଭୂୟସୀ ପ୍ରଶଂସା ହେଉଅଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More