ସାବିତ୍ରୀ ପାଇଁ ଉତ୍ସବ ମୁଖର ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତର ତୋଟାସାହିର ସାବିତ୍ରୀ ଆଡି ପୀଠ

7

Get real time updates directly on you device, subscribe now.

ଭଦ୍ରକ(ସଙ୍ଘଏସ ମିଡିଆ ) : ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ଆଜିର ଦିନରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା ତଥା ଶାନ୍ତିପୂର୍ଣ୍ଣ ଦାମ୍ପତ୍ୟ ଜୀବନ ନିର୍ବାହ ପାଇଁ ସଧବା ନାରୀ ମାନେ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଆଜିର ଏହି ପର୍ବ ପ୍ରରିପେକ୍ଷୀରେ ବହୁ କିମ୍ବଦନ୍ତୀ ରହିଛି । ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତର ତୋଟାସାହିରେ ସାବିତ୍ରୀଆଡି ଏହି କିମ୍ବଦନ୍ତୀର ଅନେକ ମୁକସାକ୍ଷୀ ରହିଛି । ଏଠାକାର ଏକ ତେନ୍ତୁଳି ବୃକ୍ଷ ମୂଳେ ମାଆ ସାବିତ୍ରୀ ଓ ସତ୍ୟବାନଙ୍କ ମୁଗୁନି ପଥର ମୂର୍ତ୍ତି ସହ ପାର୍ଶ୍ୱ ଦେବତା ଭାବେ ମହାବଳୀ ହନୁମାନ ପୂଜା ପାଇ ଆସୁଛନ୍ତି । ପୀଠର ଅନେକ ପୌରାଣିକ ମାହାତ୍ମ୍ୟ ରହିଛି । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ହେଲା ସାବିତ୍ରୀ ଆଡି ଫିକା ପଡିଥିଲା । କିନ୍ତୁ କୋଭିଡ କଟକଣା କୋହଳ ହେବା ପରେ ଆଜିର ଦିନରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଭଦ୍ରକ ଜ଼ିଲ୍ଲା ସମେତ ପଡୋଶୀ କେନ୍ଦୁଝର, ବାଲେଶ୍ୱର ଜ଼ିଲ୍ଲାର ବହୁ ଶ୍ରଦ୍ଧାଳୁ ମାନେ ଏହି ପୀଠକୁ ଆସି ନିଜ ସ୍ୱାମୀଙ୍କ ଦୀର୍ଘାୟୁ ନିମନ୍ତେ ପୂଜାର୍ଚ୍ଚନା କରିଛନ୍ତି । ଶୃଙ୍ଖଳିତ ଭାବେ କିପରି ପୂଜା ସମାପନ ହେବ ସେଥିପାଇଁ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ବିଭିନ୍ନ ପ୍ରକାରର ଭୋଗ କରି ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ସାବିତ୍ରୀ ଆଡିରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼କୁ ଲକ୍ଷ ରଖି ବିଭିନ୍ନ ଦୋକାନ ବଜାର ମଧ୍ଯ ଖୋଲା ଯାଇଥାଏ । ଛୋଟଠୁ ବଡ଼ ସମସ୍ତେ ଏହି ପୀଠକୁ ଆସି ମେଳାରେ ବୁଲିବା ସହ ଭରପୁର ମଜା ଉଠାଇଥାନ୍ତି । ସାବିତ୍ରୀ ଆଡିରେ ଅନୁଷ୍ଠିତ ସାବିତ୍ରୀ ପୂଜା ସ୍ଥାନୀୟ ଅଞ୍ଚଳରେ ଏକ ବିରାଟ ପର୍ବ ଭାବେ ପରିଗଣିତ ହୋଇପାରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More