ସାବିତ୍ରୀ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପୂଜା କରି ମହିଳା ମାନେ ସ୍ୱାମୀଙ୍କ ଦୀର୍ଘାୟୁ ଆୟୁଷ କଲେ କାମନା

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ସାରା ରାଜ୍ୟରେ ଆଜି ସାବିତ୍ରୀ ଅମାବାସ୍ୟା ମହା ଆଡ଼ମ୍ବରରେ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରି ଥିବା ବେଳେ ଡାବୁଗାଁ ବ୍ଳକରେ ମଧ୍ଯ ଅନୁରୂପ ବ୍ରତ ପାଳନ କରିଥିବା ମହିଳା ମାନଙ୍କୁ ଦେଖିବାକୁ ମିଳିଥିଲା l ସମସ୍ତ ଗୃହିଣୀ ମାନେ ଆଜି ଉପବାସ ରହି ଗୋଟିଏ ସ୍ଥାନରେ ଏକତ୍ରୀତ ହୋଇ ବ୍ରାହ୍ମଣଙ୍କ ଦ୍ଵାରା ନୂଆ ଲୁଗା, ବିଭିନ୍ନ ପ୍ରକାର ଫଳ ମୂଳ ଏକ ଡାଲା ରେ ସଜାଡି ନାରିକେଳ, ଧୂପ,ଦୀପ ନେଇ ପୂଜା ସ୍ଥାନରେ ରଖି ଭକ୍ତିଭାବରେ ବସିଥାଆନ୍ତି l ପୂଜା ସରିଲା ପରେ ଠାକୁର ଙ୍କୁ ପ୍ରଣାମ କରି ସାରିବା ପରେ ବ୍ରାହ୍ମଣ ଶିଶିର କୁମାର ପାତ୍ର ଙ୍କୁ ଦକ୍ଷିଣା ଦେଇ ପ୍ରଣାମ ଜଣାଇ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରି ଥାଆନ୍ତି l ଘରେ ନିଜ ନିଜ ସ୍ୱାମୀଙ୍କୁ ପୂଜା ହୋଇଥିବା ନୂଆ ଲୁଗା ପରିଧାନ କରି ପୂଜାର୍ଚ୍ଚନା କରି ପ୍ରଣାମ ନିବେଦନlନ୍ତେ ସ୍ୱାମୀଙ୍କ ଠାରୁ ପାଦୋଦକ ଗ୍ରହଣ କରିସାରିବା ପରେ ଫଳାହାର କରିଥାନ୍ତି lଦିନଟି ଫଳାହାର କରି ପଣା ପାଣି ପିଇ ନିଷ୍ଠା ସହକାରେ ଦିନଟିକୁ କଟାଇଥାନ୍ତି l ପୂର୍ବରୁ ଚଳି ଆସିଥିବାପ୍ରଥା କୁ ପ୍ରତ୍ୟେକ ସଧବା ନାରୀ ଆଜି ଦିନଟିକୁ ନିଷ୍ଠାର ସହ ପାଳନ କରି ସ୍ୱାମୀଙ୍କର ଦୀର୍ଘାୟୁ ଆୟୁଷ କାମନା କରିଥାନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More