ସାପ କାମୁଡାରେ ଯୁବତୀ ଗୁରୁତର

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୁଆକୋଟ ପଞ୍ଚାୟତ ଅନ୍ତର୍ଗତ କିଡିଙ୍ଗଗୁଡା ଗ୍ରାମରେ ରହୁଥିବା ଜୁସିଲା ବଞ୍ଜରା (୧୮) ସାପ କାମୁଡାରେ ଗୁରୁତର ହୋଇ ଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ କିଡିଙ୍ଗଗୁଡା ଗ୍ରାମର ବାଲଚାନ୍ଦ ବାଞ୍ଜାରାଙ୍କ ଝିଅ ଜୁସିଲା ବଞ୍ଜରା ଆଜି ସୋମବାର ସକାଳେ ୯ ଘଣ୍ଟା ସମୟରେ କିଡିଙ୍ଗଗୁଡା ଗ୍ରାମରେ ଥିବା ଏକ ପୋଖରୀରେ ଗାଧୋଇବା ପାଇଁ ଯାଇ ଥିଲେ । ଏହି ସମୟରେ ତାଙ୍କ ଡାହାଣ ଗୋଡ଼ରେ ଏକ ସାପ ଗୁଡ଼ାଇ ହୋଇ କାମୁଡି ଥିଲା । ଏହି ଘଟଣା ବିଷୟରେ ପରିବାର ଲୋକଙ୍କୁ ଜୁସିଲା ଜଣାଇଥିଲା । ଏହା ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଦ୍ବାରା ତାଙ୍କୁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଭର୍ତ୍ତି କରିଥିଲେ । ଚିକିତ୍ସା ଉପଚାର କରିବା ଦ୍ବାରା ଯୁଶିଲାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ତିର ଥିବା ଡକ୍ଟର ସୁଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More