ସାପ କାମୁଡ଼ାରେ ଯୁବକ ମୃତ

13

Get real time updates directly on you device, subscribe now.

ନବରଙ୍ଗପୁର, (ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଜଗନ୍ନାଥ ଗୁଡା ଗ୍ରାମର ଧନୁର୍ଯୟ ଦାସ (24)ଙ୍କୁ ସାପ କାମୁଡ଼ାରେ ରବିବାର ମୃତ୍ୟୁ ଘଟିଛି | ସେ ରାତ୍ରିରେ ଶୋଇ ଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଥିଲା l ତାର ସ୍ତ୍ରୀ ଜାଣି ପାରି ତାକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଥିଲେ | ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଅବସ୍ଥା ରେ ଅପରାହ୍ନ ୨ ଘଣ୍ଟା ସମୟରେ ମୃତ୍ୟୁ ଘଟିଥିଲା | ଏନେଇ ମୃତକର ଦାଦା ତୁଳାରାମ ଦାସ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଡାବୁଗାଁ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସହ ନିରୀକ୍ଷକ ବିଜୁରାମ ବାଗ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ l ସୋମବାର ଶବ ବ୍ୟବଚ୍ଛେଦ ପାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ଏନେଇ ଥାନା କେଶ ନଂ 20/23ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More