ସାନ୍ଦୁଲ ବ୍ୟାରେଜ ନିର୍ମାଣ ସମୟରେ ମାଟି ଅତଡା ଖସି ଜଣେ ମୃତ, ଜଣେ ଗୁରୁତର

118

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ସାଲେପାଲି ନିକଟସ୍ଥ ସାନ୍ଦୁଲ ବ୍ଯାରେଜ କୁ ଅଧପନ୍ତରିଆ କାମ କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୧୩ ତାରିଖ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ। ବ୍ଯାରେଜ ସମ୍ପୂର୍ଣ୍ଣ ହୋଇଥିବା ଲୋକଙ୍କୁ ଭୂଆ ବୁଲାଇ ଉଦଘାଟନ କରିଥିଲେ। ଆଜି ଅଧପନ୍ତରିଆ ସାନ୍ଦୁଲ ଵ୍ଯାରେଜ ରେ ଶ୍ରମିକ ମାନେ ସେଣ୍ଟ୍ରିଙ୍ଗ କାମ କରୁଥିବା ବେଳେ ହଠାତ୍ ମାଟି ଅତଡା ଖସି ଦୁଇ ଜଣ ଶ୍ରମିକ ମାଟି ତଳେ ଚାପି ହୋଇ ଥିବା ବେଳେ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ ଏଖବ ପାଇ ଏମ, ରାମପୁର ଥାନା ଅଧିକାରୀ ସୁଦର୍ଶନ ନାୟକ ସବଇନ୍ସପେକ୍ଟର ଶ୍ରୀରାଜ ପାଢି ସମେତ ସମସ୍ତ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ମ, ରାମପୁର ଡାକ୍ତର ଖାନା କୁ ଆଣି ବ୍ୟବଛେଦ କରି ଥିଲେ ଓ ଜଣେ ଗୁରୁତର ଶ୍ରମିକ କୁ ମ, ରାମପୁର ଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ହେଲେ ମୃତ ଓ ଗୁରୁତର ହୋଇଥିବା ଶ୍ରମିକ ମହାରାଷ୍ଟ୍ରର ବୋଲି ପୋଲିସ ସୂତ୍ରରୁ ମିଳିଥିବା ବେଳେ ଏକ ମାମଳା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More