ସାନମନମୁଣ୍ଡାରେ କୈଳାସୀ ଯାତ୍ରା ପାଳିତ

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ପଂଚାୟତ ଅନ୍ତର୍ଗତ ସାନମନମୁଣ୍ଡା ଗ୍ରାମ ଠାରେ କୈଳାସୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସଭାପତି ନୃପମଣି ମହାଳିକ ଅଧ୍ୟକ୍ଷତା କରିଥିଲେ l ଖଟଖଟିଆ ସରପଞ୍ଚ ଅରବିନ୍ଦ ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ଶ୍ରୀ ବିଜିତ କୁମାର ପ୍ରଧାନ, ଶିବ କମ୍ପ, ଦିଗାମ୍ବର ସାହୁ, ଶିତିକଣ୍ଠ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ l ଶ୍ରୀ ଉଦ୍ଧବ ମହାଳିକ ସଭା ପରିଚାଳନା କରିଥିବା ବେଳେ ଶ୍ରୀ ଅଭିମନ୍ୟୁ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ସଭାଶେଷ ହେବା ପରେ ଶିଶିର କାନ୍ତ ଦାସଙ୍କ ରଚିତ ତଥା ଦିଲ୍ଲୀପ କୁମାର ମହାନ୍ତିଙ୍କ ନିର୍ଦ୍ଦେଶିତ ନାଟକ ” ଭାଙ୍ଗିଲା ସଂସାର ଯୋଡ଼ିବ କିଏ ” ମଞ୍ଚସ୍ଥ ହୋଇଥିଲା l ମା ମଙ୍ଗଳା ଚିତ୍ରାଳୟ, ବଡମ୍ବା ଏବଂ ବିଭିନ୍ନ ନାରୀ ନେତ୍ରୀ କଳାକାର ତଥା ଡେନ୍ସ ମାଷ୍ଟର ସଂଜୀବ କୁମାର ମୁଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲେ l ଏଥିରେ ସାହେବ ସାହୁ, ଗୋବର୍ଦ୍ଧନ ବଗର୍ତ୍ତୀ, ରମେଶ ନାଏକ, ମକୁନ୍ଦ କହଁର, ସତ୍ୟରାଜ ନାଏକ ଅନେକ କଳାକାର ଅଂଶଗ୍ରହଣ କରିଥିଲେ l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ, ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More