ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅବ୍ୟବସ୍ଥା : ୭ ଦିନ ମଧ୍ୟରେ ପଦକ୍ଷେପ ନେବା ପାଇଁ ବିଡ଼ିଓଙ୍କୁ ଜିଲ୍ଲାପାଳଙ୍କ ନିର୍ଦେଶ  

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) :୨୪/୬/()  ନବରଙ୍ଗପୁର ଜିଲ୍ଲା  ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ବ୍ଲ ର ୬ ଗୋଟି ପଞ୍ଚାୟତ ରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀଙ୍କୁ ସେମାନଙ୍କ ୩ମାସର ଚାଉଳ ପ୍ରଦାନ କରିବାକୁ ଗତକାଲି ପତ୍ର ସଂଖ୍ୟା ୫୪୨/୨୩ ରେ ନିର୍ଦେଶ ଦେଇଛନ୍ତି।  ଗତ କିଛି ବର୍ଷ ହେଲା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୩ମାସର ଚାଉଳ ଏକା ଥରେ ଦିଆ ଯାଇ ଆସୁଛି। କିନ୍ତୁ ପୂଜାରିଗୁଡା , କାମତା,  କଂଗ୍ରା ,କଣ୍ଟାଗାଁ ,ଦିଗି  ଅଞ୍ଚଳଗୁମ୍ମା ଗ୍ରାମ ପଂଚାୟତ ରେ ହିତାଧିକାରୀଙ୍କୁ  ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୩ ମାସର  ଚାଉଳ ପରିବର୍ତ୍ତେ ୨ ମାସର ଚାଉଳ ଦିଆଯାଇଛି।ଅଥଚ  ବିପ୍ପଣୀ ନିରୀକ୍ଷକ ନିଜ ଉପରିସ୍ତ ଅଧିକାରୀଙ୍କୁ ଦେଇଥିବା ରିପୋର୍ଟ ରେ ସବୁ ହିତାଧିକାରୀ ସେମାନଙ୍କ ପ୍ରାପ୍ୟ ପାଇ ସାରିଛନ୍ତି ଓ ପଂଚାୟତରେ କିଛି ଷ୍ଟକ ନାହିଁ ବୋଲି ପ୍ରଦାନ କରିଥିଲେ ।  ହିତାଧିକାରୀଙ୍କ ହକ୍ ପାଇଁ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ଜିଲ୍ଲାପାଳ ଶ୍ରୀ  ମିଶ୍ର ବିଡ଼ିଓଙ୍କୁ ଦେଇଥିବା ପତ୍ରରେ ବିପ୍ପଣୀ ନିରୀକ୍ଷକଙ୍କ ଅବହେଳା ତଥା ସେ ବଣ୍ଟନ ବ୍ୟବସ୍ଥାକୁ ସଠିକ୍   ଅନୁଧ୍ୟାନ କରୁନଥିବା ପ୍ରତୀୟମାନ ହେଉଛି। ଏଥି ସହ ଅଭିଯୋଗ ହେଉଥିବା ୬ ଗୋଟି ପଂଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକଙ୍କ ଦରମା ବନ୍ଦ କରି ତୁରନ୍ତ ୭ ଦିନ ମଧ୍ୟରେ ହିତାଧିକାରୀଙ୍କୁ ଏପ୍ରିଲ ମେ ଓ ଜୁନ ମାସର ଚାଉଳ ପାଇବା ସୁନୁଶ୍ଚିତ କରିବାକୁ ବିଡିଓଙ୍କୁ ନିର୍ଦେଶ ରହିଛି। ଏହି ବଣ୍ଟନ ପ୍ରକ୍ରିୟା  ରେ ସ୍ଵଛତା ପାଇଁ ପଂଚାୟତ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ବଣ୍ଟନ କରିବାକୁ ନିର୍ଦେଶ ଦେଇଛନ୍ତି।  ଗଣ ମାଧ୍ୟମ ରେ ବାରମ୍ବାର ଖବର ପ୍ରକାଶ ପରେ ୭ ଦିନ ମଧ୍ୟରେ ବଣ୍ଟନ ପାଇଁ ନିର୍ଦେଶ ଆସିିଛି । ଦେଖା ଯାଉ କେତେଦୂର କାର୍ଯ୍ୟକାରୀ ହେଉଛି। ସେ ଯାହାବି ହେଉ ହିତାଧିକାରୀଙ୍କ ଜୁନ ମାସର ଚାଉଳ ଗଲା କୁଆଡେ ?ଏହାର ତଦନ୍ତ କାହିଁକି କରା ଯିବନାହି। କଣ ସବୁବେଳେ ଗଣ ମାଧ୍ୟମ ଖବର ପ୍ରକାଶ ପରେ ହିତାଧିକାରୀଙ୍କୁ ଚାଉଳ ପାଇବେ କି? ଯଦି ଏଭଳି ପ୍ରତି ମାସରେ ସ୍ୱଳ୍ପ ସଂଖ୍ୟକ ହିତାଧିକାରୀଙ୍କୁ ଠକା ଯାଉ ନଥିବ କି?ସବୁଠାରୁ ଆଶ୍ଚର୍ଯ୍ୟ କରିଛି ଜିଲ୍ଲାପାଳ ଏମ୍ ଆଇଙ୍କ କୌଣସି କାର୍ଯ୍ୟାନଷ୍ଠାନ ଗ୍ରହଣ ନ କରିବା।ଯେ କି ୧୫ ଟି ପଞ୍ଚାୟତରେ ଚାଉଳ ବଣ୍ଟନ ହୋଇଛି ବୋଲି  ମିଥ୍ୟା ରିପୋର୍ଟ ପ୍ରଦାନ କରିଥିଲେ। ତାଙ୍କୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟନୁଷ୍ଠାନ ନ ନେଇ ନିର୍ବାହୀ ଅଧିକାରୀଙ୍କ ଉପରେ ଅଠା ବୋଳିବାକୁ ବ୍ଲକବାସୀ ନା ପସନ୍ଦ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More