ସାଧାରଣ ନିର୍ବାଚନ ଯେତିକି ପାଖୋଉଛି ପୁରୀ ପୋଲିସ ପକ୍ଷରୁ ମଧ୍ୟ ସେତିକି ପ୍ରସ୍ତୁତି ଜୋରସୋରରେ ଚାଲିଛି

126

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ସାଧାରଣ ନିର୍ବାଚନ ଯେତିକି ପାଖୋଉଛି ପୁରୀ ପୋଲିସ ପକ୍ଷରୁ ମଧ୍ୟ ସେତିକି ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି କ୍ରମରେ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ହାଜିରା ବ୍ୟବସ୍ଥା। ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ଥାନା ଅଧିକାରୀମାନେ ଅପରାଧୀଙ୍କୁ ଥାନାକୁ ଡକାଇ ତାଙ୍କର ଅପରାଧିକ ଇତିହାସକୁ ଯାଞ୍ଚ କରୁଛନ୍ତି। ସେହିପରି ଅପରାଧୀମାନଙ୍କର ବର୍ତ୍ତମାନ କିଭଳି ସାମାଜିକ ଚଳଣି ରହିଛି, କେଉଁ ସଂସ୍ଥା ଜରିଆରେ ଆୟ କରୁଛନ୍ତି ତାହା ମଧ୍ୟ ଟିକିନିଖି ଯାଞ୍ଚ କରୁଛି ପୁରୀ ପୋଲିସ। ଆଗାମୀ ଦିନରେ କୌଣସି ଅପରାଧରେ ଯେଭଳି ଅପରାଧିମାନେ ଜଡ଼ିତ ନରୁହନ୍ତି ସେ ନେଇ ମଧ୍ୟ ପୋଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ସେପଟେ ପୋଲିସର ଏହି ଅଭିନବ କାର୍ଯ୍ୟକ୍ରମକୁ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ। ଅନ୍ୟପଟେ ନିଶା କାରବାର ଉପରେ ମଧ୍ୟ କଡ଼ା ନଜର ରଖିବା ସହ ନିଶା କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି। ପୁରୀ ହେଉଛି ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳି। ଏଠାରେ ଶ୍ରୀମନ୍ଦିର, କୋଣାର୍କ ମନ୍ଦିର ସହ ଅନେକ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ରହିଛି। ଏଣୁ ଦେଶ ବିଦେଶରୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପ୍ରତିଦିନ ପୁରୀ ବୁଲିବାକୁ ଆସୁଛନ୍ତି। ତେବେ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ପୁରୀ ସହର ସମେତ ସମ୍ପୂର୍ଣ୍ଣ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି କୁ ବଜାୟ ରଖିବା ପାଇଁ ପୁରୀ ପୋଲିସ ପକ୍ଷରୁ ଅପରାଧୀଙ୍କୁ ନେଇ ଏହି ସ୍ବତନ୍ତ୍ର ହାଜିରା କାର୍ଯ୍ୟକ୍ରମ ଜାରି ରହିଛି। ଅପରାଧୀଙ୍କ ପ୍ରତି ପୁରୀ ପୋଲିସର ଶୂନ୍ୟ ସହନଶୀଳତା ନୀତି ରହିବ ବୋଲି ଏସପି ପିନାକ ମିଶ୍ର କହିଛନ୍ତି। ପୁରୀର ନୂଆ ଏସପି ଭାବେ ପିନାକ ମିଶ୍ର ଯୋଗ ଦେବାପରେ ଅପରାଧ କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ତେବେ ପୁରୀ ଜିଲ୍ଲାରେ ଅପରାଧକୁ ନିୟନ୍ତ୍ରଣ କରିବାକୁ ହେଲେ ନିଶା କାରବାର କିଭଳି ରୋକି ହେବ, ସବୁ ଥାନା ଅଞ୍ଚଳରେ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More