ସାତ ଦଫା ଦାବି ନେଇ ଅଶା କର୍ମୀ ସଙ୍ଘ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣା

14

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଭାରତୀୟ ମଜଦୂର ସଙ୍ଘ ଦ୍ଵାରା ପରିଚାଳିତ ହେଉଥିବା ଓଡ଼ିଶା ରାଜ୍ୟ ଆଶା କର୍ମୀ ସଙ୍ଘ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଗଜପତି ଜିଲ୍ଲା ଆଶା କର୍ମୀ ସଂଘର ସଭାନେତ୍ରୀ ସମୀକ୍ଷା ଗୋମାଙ୍ଗ, ସମ୍ପାଦିକା ଵିଷ୍ଣୁ ବିହାରୀ, ଭାରତୀୟ ମଜଦୂର ସଙ୍ଘ ଜିଲ୍ଲା ସମ୍ପାଦକ ଗଜପତି ସୁଜିତ ନାୟକ ପ୍ରମୁଖ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଯେ ବିଭିନ୍ନ ଦଫାଦାବି ନେଇ ରାଜ୍ୟ ସଂଘର ଆହ୍ୱାନ କ୍ରମେ ଆନ୍ଦୋଳନ ପ୍ରଥମେ ଭୁବନେଶ୍ୱର ଠାରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା।ଜିଲ୍ଲାରେ ଅଶା କର୍ମୀଙ୍କୁ ସ୍ଥାୟୀ ସରକାରୀ ମାନ୍ୟତା, ଯୋଗ୍ୟତା ଥିବା କର୍ମୀଙ୍କୁ ଏନ ଏ ଏମ୍ ଭାବେ ନିର୍ଯୁକ୍ତି ଦେବା ଏହି ପରି ବିଭିନ୍ନ ଦାବିପୂରଣ ନିମନ୍ତେ ଗଜପତି ଜିଲ୍ଲାରେ ଥିବା ସମସ୍ତ ଅଶା କର୍ମୀ ପାରଳାଖେମୁଣ୍ଡି ଠାରେ ଥିବା ମୁଖ୍ୟ ଡାକ୍ତରଖାନା ପରିସରରେ ଧାରଣା ଦେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି।ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ପରି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲୁ ରହିବ ବୋଲି ସୂଚନା ପ୍ରଦାନ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More